ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଭୁବନେଶ୍ବର,୧୪/୭ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ । ୧୫ଦିନ ପରେ ୩ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖାଯାଇଛି।

ସୂଚନାନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବାବେଳେ ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦ୍ୱାଦଶ ତିଥିରେ ଶ୍ରୀଜୀଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ପବିଦ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *