ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ, ୧୫/୯: ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲଙ୍କ ଇସ୍ତଫାପତ୍ରକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ କ୍ୟାଡରର ୨୦୧୩ ବ୍ୟାଚର ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ନିଜର ବ୍ୟକ୍ତିଗତ କାରଣ ପରିବାର ଓ ଜୀବନର ନୂଆ ଲକ୍ଷ୍ୟକୁ ଆଗରେ ରଖି ନିଜ ଇଚ୍ଛାରେ ଚାକିରିରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଚାରି ବର୍ଷ ପୂର୍ବେ ୨୦୨୨ରେ ଚାକିରିରୁ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାର ଏହି ଇସ୍ତଫା ପତ୍ରକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପରେ DoPT ଏହାକୁ ସ୍ୱୀକୃତି ଦେଇଛି।

କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ (DoPT) ପକ୍ଷରୁ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ସହ ସେ ସମସ୍ତ ପ୍ରଶାସନିକ ଦାୟିତ୍ୱରୁ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇଛନ୍ତି।ଏହା ପୂର୍ବରୁ ଦିବ୍ୟାଙ୍କ ସ୍ଵାମୀ ଗଗନଦୀପ ସିଂ ଢିଲୋଁ ମଧ୍ୟ ଚାରି ବର୍ଷ ପୂର୍ବେ ୨୦୨୨ରେ ଚାକିରିରୁ ଇସ୍ତଫା ଦେଇଥିଲେ। ସେ ୨୦୧୧ ବ୍ୟାଚର ଭାରତୀୟ ବାଣିଜ୍ୟ ସେବା(ଆଇଟିଏସ)ର ଅଧିକାରୀ ଥିଲେ।

ଇସ୍ତଫା ଗ୍ରହଣ ହେବା ପରେ ଦିବ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ “ପ୍ରଶସ୍ତ ପୁଣ୍ୟ ପନ୍ଥ ହୈ, ବଢ଼େ ଚଲୋ, ବଢ଼େ ଚଲୋ” ଲେଖି ନିଜର ନୂତନ ଯାତ୍ରାର ସଙ୍କେତ ଦେଇଛନ୍ତି।

ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏମ୍ ବେଙ୍ଗାଲୁରୁରୁ ଉଚ୍ଚଶିକ୍ଷା ଶେଷ କରି ଲଣ୍ଡନରେ ଚାକିରି କରିଥିଲେ । ମାତ୍ର ସେ ନିଜ ଚାକିରି ଛାଡ଼ି ସେ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ। ସେ ମିର୍ଜାପୁର, ସନ୍ତକବୀର ନଗର ଓ ଦେଓରିଆ ଭଳି ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। ବିଶେଷ କରି ମିର୍ଜାପୁରର ଏକ ପାହାଡ଼ିଆ ଗାଁକୁ ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇ ସେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ।

Leave a Reply

Your email address will not be published. Required fields are marked *