ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ନିହତ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି

ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ନିହତ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର,୫/: ସତ୍ୟଭାମା ଦେବୀ ୱେଫେୟାର ଟ୍ରଷ୍ଟ ପକ୍ଷରୁ ଜାମୁ କାଶ୍ମୀରର ପହଲଗାମଠାରେ ଆତଙ୍କ ବାଦୀଙ୍କ ଗୁଳିରେ ନିହତ ୨୬ଜଣ ଭାରତୀୟଙ୍କ ଆତ୍ମାର ସଦଗତି ପାଇଁ ଗୁରୁବାର ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜା ଲକ୍ଷ୍ମ ମହାପାତ୍ର ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର, ଲିପି ପଟ୍ଟନାୟକ, ସୁଜାତା  ସ୍ୱାଇଁ, ରୀଚା ଶୋଭନ, ଦୀପ ଶଙ୍କର ରାୟ ଓ ସମାଜସେବୀ ଶିଳ୍ପା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆତଙ୍କ ବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଟ୍ରଷ୍ଟ ପକ୍ଷରୁ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରାଯାଛି । ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଆତଙ୍କବାଦୀମାନେ ସମଗ୍ର ମାନବ ସମାଜ ର ଶତ୍ରୁ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।