advertisement

ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖରେ ଆଜିର ଦିନକୁ ଆମେ ସମସ୍ତେ ପଖାଳ ଦିବସ ଭାବେ ପାଳନ କରି ଆସୁଛୁ। ପଖାଳ ଏକ ସାଧାରଣ ଖାଦ୍ୟ ହୋଇପାରେ ଓଡ଼ିଶାର ଘରେ ଘରେ କିନ୍ତୁ ଦାମିକିଆ ହୋଟେଲ୍ରେ ଏହା ବିକ୍ରି ହୁଏ ବହୁ ପଇସାରେ। ସାଧାରଣତଃ ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ। ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି ହୋଇଯାଇଥାଏ। ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ। ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ।
ସମୟକ୍ରମେ ଓଡିଆମାନଙ୍କ ଅନେକ ବିଶେଷତା ପାଶ୍ଚାତ୍ୟାଭୂମୁଖି ହେବା କାରଣରୁ ଲୋପ ପାଇଗଲାଣି, କିନ୍ତୁ ପଖାଳ ଆଜି ମଧ୍ୟ ନିଜର ଗାରିମା ବଜାୟ ରଖିଛି। ଖାଲି ଓଡିଶାରେ କାହିଁକି ପଶ୍ଚମବଙ୍ଗ, ଛତିଶଗଡ ଓ ଆସାମରେ ମଧ୍ୟ ପଖାଳର ଚାହିଦା ରହିଛି। ଆପଣ ଜାଣିଲେ ଚକିତ ହେବେ କି ଆମର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ।

 

Tag: odia special world pakhala divasodia special

Loading...
Facebook Messenger for Wordpress