advertisement

ସାରା ବିଶ୍ୱ ପାଳୁଛି ଆର୍ଥ ଆୱାର : ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ

ନୂଆଦିଲ୍ଲୀ :  ଆଜି ମାର୍ଚ୍ଚ ୨୪ ତାରିିଖ ସାରା ବିଶ୍ବରେ ପାଳନ ହେଉଛି ଆର୍ଥ ଆୱାର । ଆର୍ଥ ଆୱାର ପାଇଁ ଆଜି ରାତିରେ ୧ ଘଣ୍ଟା ବିଦ୍ୟୁତ ଚଳାଚଳ ବନ୍ଦ ରଖିବା ପାଇଁ ସମଗ୍ର ବିଶ୍ୱରେ ଆହ୍ବାନ ଦିଆଯାଇଛି । ଅନାବଶ୍ୟକୀୟ ବିଦ୍ୟୁତ୍ ଅପଚୟକୁ ରୋକା ଯିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନଟିକୁ ଏହିପରି ଭାବେ ପାଳନ କରାଯାଉଛି।

ସନ୍ଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଘରେ ବା କାର୍ୟ୍ୟାଳୟରେ ଅତି ଜରୁରୀ ନଥିବା ବିଜୁଳି ବତି ଓ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିବା ପାଇଁ ବିଶ୍ୱବ୍ୟାପୀ ଅଭିଯାନ ଚାଲିଛି । ୨୦୦୮ରୁ ଆର୍ଥ ଆୱାର ବିଶ୍ବ ସ୍ତରରେ ପାଳନ କରାଯାଉଛି । ଏହି ଅଭିଯାନରେ ୨୦୦୯ରେ ଭାରତ ସାମିଲ ହୋଇଥିଲା ଏବଂ ୨୦୧୦ ମସିହାଠାରୁ ଓଡିଶାରେ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ପାଳନ କରାଯାଉଛି ।  ପ୍ରଥମେ ଅଷ୍ଟ୍ରେଲିଆରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା।

Tag : World Earth Hour March 24