advertisement

ଏବେ ଇରାନ ଏୟାରରେ ମଧ୍ୟ କାମ କରିବେ ମହିଳା ପାଇଲଟ

ତେହେରାନ/ ଇରାନ : ଇରାନ ଏୟାରରେ ମହିଳା ପାଇଲଟ ଯୋଗଦେବେ। ଏନେଇ ଇରାନ ଏୟାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ପାରମ୍ପରିକ ସାମାଜିକ ଚଳଣୀରେ ମହିଳାଙ୍କ ଉପରେ ଲାଗୁ କରାଯାଉଥିବା କଟକଣା ହ୍ରାସ ପାଇପାରିବ ବୋଲି ଇରାନ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଫ୍ରେଜାନେହ ଶରଫବାଫି ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ସରକାରୀ ତଥା ବେସରକାରୀ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମହିଳାଙ୍କୁ ନିଯୁକ୍ତି ଦିଆଯିବ ଦ୍ୱାରା ସମାଜରେ ଉଲ୍ଲେଖନୀୟ ପରିବର୍ତ୍ତନ ଅଣାଯାଇପାରିବ। ତେଣୁ ଇରାନ ସରକାର କେତେକ ନୂତନ ସଂସ୍କାର ପର୍ଯ୍ୟାୟକ୍ରମେ ଲାଗୁ କରୁଛନ୍ତି।

Leave a Comment