advertisement

ବ୍ରିଟେନରେ କେସ ହାରିଲେ ବିଜୟ ମାଲ୍ୟା

ବ୍ରିଟେନ : ଭାରତୀୟ କୋର୍ଟ ଦ୍ଵାରା ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କୁ ଝଟକା ଲାଗିଛି । ତାଙ୍କ କିଙ୍ଗଫିଶ୍‌ର ବିମାନ କମ୍ପାନୀ ବ୍ରିଟେନରେ ହୋଇଥବା ଏକ ମୋକଦ୍ଦମା ହାରିଯାଇଛି । ଏଥିପାଇଁ କିଙ୍ଗଫିଶର ଏକ କମ୍ପାନୀକୁ ୯୦ ନିୟୁତ ଡଲାର ଅର୍ଥାତ ପାଖାପାଖି ୫୭୯ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁସାରେ, ୬୨ ବର୍ଷିୟ ମାଲ୍ୟାଙ୍କ କମ୍ପାନୀ କିଙ୍ଗଫିଶର ବିରୋଧରେ ସିଙ୍ଗାପୁରର ବିଓସି ଏଭିଏସନ ନାମକ ଏକ କମ୍ପାନୀ ୨୦୧୪ରେ ମାମଲା ଦାୟର କରିଥିଲା । ସେତେବେଳେ କିଙ୍ଗଫିଶର ବିଓସିର କିଛି ବିମାନକୁ ଲିଜ୍‌ରେ ନେଇଥିଲା । ତେବେ ଏହି ମାମଲା ଲିଜଂ ରାଜିନାମାକୁ ନେଇ ହୋଇଥିଲା । ଉଭୟ କମ୍ପାନୀଙ୍କ ମଧ୍ୟରେ ୪ଟି ବିମାନ ନେଇ ଡିଲ୍‌ ହାଇଥିଲା । ସେଥିରୁ ୩ଟି ବିମାନ କିଙ୍ଗଫିଶରୁ ମିଳିଥିଲା । ଏହି ମାମଲାର ବିଚାର କରି ବ୍ରିଟେନର ଏକ କୋର୍ଟ କିଙ୍ଗଫିଶରକୁ ବାକି ଅର୍ଥ ଦେବାକୁ ନିର୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମାଲ୍ୟା ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ୯ ହଜାର କୋଟି ଟଙ୍କା ନେଇ ପରିଶୋଧ ନକରି ଲଣ୍ଡନ ଫେରାର ହୋଇଯାଇଥିଲେ । ବିଓସି ଏଭିଏସନ ସିଙ୍ଗାପୁର ଏବଂ ବିଓସି ଏଭିଏସନ(ଆୟରଲ୍ୟାଣ୍ଡ) ଏହି ମାମଲାରେ କିଙ୍ଗଫିସର ଏୟାରଲାଇନ୍ସ ସହିତ ୟୁନାଇଟେଡ ବ୍ରୁଅରିଜର ନାମ ନେଇଥିଲା । କାରଣ ୟୁନାଇଟେଡ ବ୍ରୁଅରିଜ ମାଲ୍ୟାଙ୍କ ବଡ଼ ଭାଗିଦାରୀ ଥିଲା ।

Tag: Vijay Mallya Lost a Case against Kingfisher Airlines in Bretain Latest Breaking News Odisha International News on Vijay Mallya

Loading...
Facebook Messenger for Wordpress