advertisement

ପଳାତକ ବିଜୟ ମାଲ୍ୟା କରିବେ ତୃତୀୟ ବିବାହ

ନୂଆଦିଲ୍ଲୀ : ପଳାତକ ଘୋଷିତ ମଦ ସମ୍ରାଟ୍‌ ବିଜୟ ମାଲ୍ୟାଙ୍କର ରଙ୍ଗିନ ଜୀବନଶୈଳୀ କଥା କାହାକୁ ବା ଅଗୋଚର। ସେ ଦାମୀ ଜିନିଷ କିଣିବା ହେଉ କି ଆଇଲାଣ୍ଡ ଦ୍ବୀପ କିଣିବା ହେଉ ସବୁବେଳେ କିଛି ବିଶେଷ ଖବର ତାଙ୍କୁ ଚରଚା ପ୍ରସାର କୁ ନେଇ ଆସିଥାଏ । ସେଥିରେ ପୁଣି ଏକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏବେ ତୃତୀୟ ବିବାହ କରିବେ ମାଲ୍ୟା। କିଛିଦିନ ହେବ ଏହି କଥାକୁ ନେଇ ଚାଲିଛି ଚର୍ଚ୍ଚା। ହେଲେ ସେ କାହାକୁ ବିବାହ କରିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ୯ହଜାର କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ପରେ ମାଲ୍ୟା ଦେଶ ଛାଡି ବିଦେଶକୁ ଚାଲି ଯାଇଥିଲେ। ଏବେ ସେ ଲଣ୍ଡନରେ ରହୁଛନ୍ତି। ୬୨ ବର୍ଷୀୟ ମାଲ୍ୟା ଏବେ ତାଙ୍କଠାରୁ ଯଥେଷ୍ଟ କମ୍‌ ବୟସର ପୂର୍ବତନ ଏୟାର ହୋଷ୍ଟେସ୍‌ ପିଙ୍କି ଲାଲଓ୍ବାନିଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। କିଙ୍ଗଫିଶର ଏୟାର ଲାଇନ୍ସରେ ଏୟାର ହୋଷ୍ଟେସ୍‌ ଭାବେ କାମ କରୁଥିବା ସମୟରେ ପିଙ୍କିଙ୍କ ସହ ମାଲ୍ୟାଙ୍କର ୨୦୧୧ରେ ସାକ୍ଷାତ୍‌ ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ୩ ବର୍ଷ ହେବ ଉଭୟେ ଲିଭ୍‌ଇନ୍‌ ରିଲେଶନ୍‌ଶିପ୍‌ରେ ରହୁଥିବା ବେଳେ ଏବେ ଉଭୟେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଯଦି ମାଲ୍ୟା ଏହି ବିବାହ କରନ୍ତି ତେବେ ଏହା ତାଙ୍କର ତୃତୀୟ ବିବାହ ହେବ।

Tag: vijay mallya, marraige