ଜାଣନ୍ତୁ ଆଜି ଦିନଟି କିପରି କଟିବ

ମେଷ:  ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଅବସର ମିଳିବ। ଆସବାବ କିଣିବାରେ ଖର୍ଚ୍ଚ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ।    ଶୁଭରଙ୍ଗ: ଧଳା

ବୃଷ: ଧୈର୍ଯ୍ୟଧରି ଆଗକୁ ବଢ଼ନ୍ତୁ; ଆୟ ପାଇଁ ଭଲ ସୁଯୋଗ ପାଇବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇନେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ। ଜରୁରୀ କାମରେ ଯାତ୍ରାରେ ଯିବେ। ପରିବାରରେ ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।  ଶୁଭରଙ୍ଗ: ସବୁଜ

ମିଥୁନ: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।  ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା

କର୍କଟ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଲାଲ

ସିଂହ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଭ୍ରମଣ ଯୋଗ ଅଛି। ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ।ପରିବାରଜନଙ୍କ ସହିତ ବିଚାରରେ ମତଭେଦ ବଢ଼ିପାରେ। ବ୍ୟବହାର ଭଲ ରଖନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ବିଚଳିତ ହୋଇପାରେ। ଶୁଭରଙ୍ଗ: ଗୋଲାପୀ

କନ୍ୟା: ନିରର୍ଥକ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସ୍ନେହୀ ହେବେ। ମିତ୍ର ସୁଖ ଲାଭ କରି ପାରନ୍ତି।ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଶୁଭରଙ୍ଗ: ଫିକା ହଳଦିଆ

ତୁଳା: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ଵନ୍ଦ୍ୱୀ ଶାନ୍ତ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ସବୁଠାରୁ ଶ୍ରେଷ୍ଠ ରାଜଯୋଗ ଅଛି। ସାହସୀ ଓ ଜ୍ଞାନୀ ହେବେ। ଯୌଥ ବ୍ୟବସାୟରେ ଭଲ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: କଫି ରଙ୍ଗ

ବିଛା: ମନରେ ଦ୍ଵନ୍ଦ୍ୱ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଆପଣଙ୍କ ନିଜର ପ୍ରତିଭାରୁ ବଡ଼ ଲାଭ ହେବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଭୂସଂପତ୍ତି ସମସ୍ୟାର ସମାଧାନ ହୋଇଯିବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଶୁଭରଙ୍ଗ: ଧଳା

ଧନୁ: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ରାଜନୀତିରେ ଲାଭ ପାଇବେ। କୌଣସି ବଡ଼ କଂପାନିରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ

ମକର: ଗ୍ରହ ଚଳନ ଅନୁକୂଳ ଥିବାରୁ ଆପଣଙ୍କର ଲକ୍ଷ୍ୟ ହାସଲ କରିବା ସହଜ ହେବ।  ଧନଲାଭ ଯୋଗ ରହିଛି। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ।  ଭାଗ୍ୟଶାଳୀ ହେବେ। ଦିନଟି ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶୁଭରଙ୍ଗ: ଗୋଲାପୀ

କୁମ୍ଭ: ଦିନଟି ଠିକ୍‌ଠାକ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ବେକାରଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ପ୍ରେମ ପ୍ରସଙ୍ଗର ନୂଆ ସମ୍ଭାବନା ରହିଛି। ଶୁଭରଙ୍ଗ: ଲାଲ

ମୀନ: ସାବଧାନତାର ସହ କାମ କରନ୍ତୁ, ଲାଭ ପାଇବେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ବ୍ୟସ୍ତତାରେ ରହିବା ସତ୍ତେ୍ଵ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଅଫିସରେ ପ୍ରସନ୍ନତାଭରା ଦିନଟି ରହିବ। ଶୁଭରଙ୍ଗ: ଧଳା

 

Loading...
Facebook Messenger for Wordpress