advertisement

ଜିଏସ୍‌ଟି ପୂର୍ବ ପ୍ୟାକେଜ ସାମଗ୍ରୀର ବିକ୍ରି ସମୟ ଅବଧି ବଢିବନି

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପୂର୍ବରୁ ପ୍ୟାକେଜଡ ହୋଇଥିବା ସାମଗ୍ରୀର ବିକ୍ରି ଲାଗି ଥିବା ମାର୍ଚ୍ଚ ଅବଧିକୁ ସରକାର ଆଉ ବଢାଇବେନି। ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ ହେବା ପରେ ବିକ୍ରି ହୋଇ ନ ପ୍ୟାକ ଉପରେ ନୂଆ ଷ୍ଟିକର ଲଗାଇବା ଲାଗି ନିର୍ଦ୍ଦେଶ ରହିଥିଲା। ସେପ୍ଟେମ୍ବର ମଧ୍ୟରେ ନୂଆ ଏମ୍‌ଆରପି ଦର୍ଶାଇବା ଲାଗି ନିୟମ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ଏହି ଅବଧିକୁ ଦୁଇ ଥର ପରିବର୍ତ୍ତନ କରାଯାଇଛି। ଏହି ସାମଗ୍ରୀଗୁଡିକର ବିକ୍ରି ଲାଗି ଅବଧି ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ପାଶ୍ୱାନ କହିଛନ୍ତି, ଆସନ୍ତା ମାସ ଠାରୁ ପ୍ୟାକେଜ୍‌ ହୋଇ ରହିଥିବା ଉତ୍ପାଦ ଉପରେ ଗୋଟିଏ ଏମ୍‌ଆରପି ଲାଗିବ। ବିକ୍ରି ହୋଇନ ଥିବା ସାମଗ୍ରୀ ଉପରେ ଅତିରିକ୍ତ ମୂଲ୍ୟର ଷ୍ଟିକର ଲଗାଇବା ଲାଗି ଅନୁମତି ମିଳି ପାରିବ ନାହିଁ ବୋଲି ସେ କହିଛନ୍ତି। ଜିଏସଟି ପରିଷଦ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଲା ଯାଏ ଅନ୍ତିମ ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ପାଶ୍ୱାନ ସୂଚନା ଦେଇଛନ୍ତି।

Leave a Comment