advertisement

ହ୍ୟାକ ହୋଇଗଲା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ : ବିଚାରପତି ବି.ଏଚ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ରାୟ ଗୁରୁବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇବା ପରେ ମାତ୍ର କିଛି ସମୟ ମଧ୍ୟରେ କୋର୍ଟର ଓ୍ବେବ୍‌ସାଇଟ୍‌ (http://supremecourtofindia.nic.in/) ହ୍ୟାକ ହୋଇଯାଇଥିବା ସୂଚନା ମିଳିଛି। ବ୍ରାଜିଲର କିଛି ହ୍ୟାକର ଏହାକୁ ହ୍ୟାକ କରିଥିବା ଜଣାପଡିଛି। ଓ୍ବେବସାଇଟ୍‌ ଡାଉନ୍‌ ହେବା ପରେ ଏଥିରେ ହ୍ୟାକ୍‌ ହେବାର ମେସେଜ୍‌ ଆସିଥିଲା। ଏହାପରେ ସାଇଟ୍‌ ଅଣ୍ଡର ମେଣ୍ଟେନାସ୍ନ ମେସେଜ୍‌ ମଧ୍ୟ ଡିଲିଟ୍‌ ହୋଇଥିଲା। ସୂଚନାଯୋଗ୍ୟ ଯେ , ଗତବର୍ଷ ସେପ୍ଟେମ୍ବରରେ ଏହିପରି କିଛି ସରକାରୀ ଓ୍ବେବସାଇଟ୍‌ ହ୍ୟାକ ହୋଇଥିଲା। ତେବେ ଏନେଇ ସବିଶେଷ ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ୱେବସାଇଟ କୁ ପୁଣି କାର୍ଯ୍ୟକ୍ଷମ କରାଯାଇଅଛି ।

 

ମିଳିଥିବା ସୂଚନା ଅନୁସାରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜ ଜ୍ଞାନ କୌଶଳ ଦେଖାଇବା ତଥା ମଜା ପାଇଁ ଏପରି ସରକାରୀ ତଥା ବେସରକାରୀ ୱେବସାଇଟ ମାନଙ୍କୁ ଗତ କିଛି ବର୍ଷ ହେଲା ହ୍ୟାକ କରି ଆସୁଛନ୍ତି । ତେବେ ଏହାଦ୍ୱାରା ସାଇବର ସିକ୍ୟୁରିଟି ଏକ ପ୍ରଶ୍ନବାଚୀ ସଦୃଶ ହୋଇଯାଇଛି । ସେମାନଙ୍କୁ ଉଚିତ ଦଣ୍ଡ ବିଧାନ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Tag: Supreme Court Website Hacked, Brazil Team Suspected to be Behind Attack