advertisement

ଧାରା ୩୭୭ କୁ ରଦ୍ଧ କଲେ ସୁପ୍ରିମକୋର୍ଟ ହେଲେ ଲୋକଙ୍କ ମାନସିକତା ବଦଳିବ କେବେ

ନୂଆଦିଲ୍ଲୀ  : ଧାରା ୩୭୭ କୁ ରଦ୍ଧ କଲେ ସୁପ୍ରିମକୋର୍ଟ ହେଲେ ଲୋକଙ୍କ ମାନସିକତା ବଦଳିବ କେବେ । ଅନେକ ଲୋକ ଉତ୍ସାହ ର ସହ ଏହାକୁ ସ୍ୱାଗତ କରିଥିବା ବେଳେ ପ୍ରଶ୍ନ ଉଠେ ଯେ ଆଜି ବି ଯେଉଁଠି ଅନ୍ୟ ଜାତିରେ ବିବାହ କୁ ଲୋକେ ବିରୋଧ କରୁଛନ୍ତି ସେମାନେ କଣ ଏହାକୁ ଗ୍ରହଣ କରିବେ ।   ଏଣିକି ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯିବ ନାହିଁ । ଏ ନେଇ ଗୁରୁବାର ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିବା ସହ ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଛନ୍ତି । କାରଣ ବ୍ରିଟିଶ ଶାସନ ଅମଳରୁ ଦୀର୍ଘ ୧୬୦ ବର୍ଷ ଧରି ଏହି ଧାରା ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରୁଥିଲା । ଏହି ଅପରାଧ ପାଇଁ ୧୦ ବର୍ଷ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଥିଲା । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ପ୍ରାପ୍ତ ବୟସ୍କ ସମଲିଙ୍ଗୀମାନେ ଇଛାନୁଯାୟୀ ଏଣିକି ସମ୍ପର୍କ ରଖିପାରିବେ । ସମଲିଙ୍ଗୀମାନଙ୍କର ସମାଜରେ ସମ୍ମାନର ସହ ବଞ୍ôଚବାର ଅଧିକାର ରହିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଗୁରୁବାର ଏହି ରାୟ ଦେଇଛନ୍ତି । ରାୟରେ ଉଲ୍ଲେଖ କରାଯାଇଛି ଯେ, ଦୀର୍ଘ ବର୍ଷ ଧରି ସମାନ ଅଧିକାରରୁ ଏଲିଜିବିଲିଟି ସମୁଦାୟ ବଞ୍ôଚତ ହୋଇଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ବେଶ୍ କିଛି ସମୟ ପାଇଁ ଭାବୁକ ହୋଇପଡିଥିବା ବେଳେ ଆଉ କିଛି ଲୋକ କାନ୍ଦି ପକାଇଥିଲେ । ଖଣ୍ଡପୀଠ କହିଛନ୍ତି ଯେ, ସାମ୍ବିଧାନିକ ଗଣତନ୍ତ୍ରର ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ଅଟେ । ଜୀବନର ଅଧିକାର ମାନବୀୟ ଅଧିକାର ଅଟେ । ଏହି ଅଧିକାର ବିନା ବାକି ଅଧିକାର କିଛିନୁହେଁ । ସେହିପରି ଅଦାଲତ ଆହୁରି କହିଛନ୍ତି ଯେ, ଯୌନ ପିପାଶୁ ମନୋଭାବ ବାୟୋଲୋଜିକାଲ ଅଟେ । ଏହା ଉପରେ ରୋକ ଲଗାଇବା ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଆମର ବିବିଧତାକୁ ସ୍ୱୀକୃତି ଦେବାକୁ ପଡିବ । ବ୍ୟକ୍ତିଗତ ପସନ୍ଦକୁ  ସମ୍ମାନ ଦେବାକୁ ହେବ । ଏଲିଜିବିଟିଙ୍କର ମଧ୍ୟ ସମାନ ଅଧିକାର ରହିଛି । ସେମାନଙ୍କ ବଞ୍ôଚବାର ଅଧିକାରକୁ ସୁନିଶ୍ଚିତ କରିବା ହେଉଛି ଅଦାଲତଙ୍କ କାମ । ସହମତିରେ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ହାନୀକାରକ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଅପରାଧ ମାନୁଥିବା ଧାରା ୩୭୭ ଠିକ୍ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ସର୍ବପ୍ରଥମେ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ର କହିଥିଲେ ଯେ, ବ୍ୟକ୍ତିଗତ ପସନ୍ଦକୁ ଅନୁମତି ପ୍ରଦାନ କରାଯିବା ଉଚିତ୍ ।
ସମସ୍ତଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବା ଜରୁରୀ । ସମାଜକୁ ସଙ୍କୀର୍ଣ୍ଣ ମନୋଭାବରୁ ମୁକ୍ତ ହେବାକୁ ପଡିବ । ସେହିପରି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଏତେ ବର୍ଷ ପର୍ଯ୍ୟନ୍ତ ସମାନ ଅଧିକାରରୁ ବଞ୍ଚିତ କରାଯିବା ନେଇ ସମାଜକୁ ଏଲିଜିବିଟି ସମୁଦାୟର ସଦସ୍ୟ ଏବଂ ତାଙ୍କ ପରିବାରକୁ କ୍ଷମାମାଗିବା ଉଚିତ । ସେହିପରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଯୌନ ସମ୍ପର୍କ ରଖିବାକୁ ଅଧିକାର ନଦେବାର ଅର୍ଥ ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରିବା । ସେହିପରି ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ସମାଜ ପରସ୍ପର ସହମତିରେ ୨ ଜଣ ସାବାଳକ ମଧ୍ୟରେ ଯୌନ ସମ୍ପର୍କ
ଉପରେ ନିଜର ନିଷ୍ପତ୍ତି ଦେଇପାରିବ ନାହିଁ । କାରଣ ଏହା ଏକ ବ୍ୟକ୍ତିଗତ ମାମଲା ।

ସୂଚନାଯୋଗ୍ୟ ଯେ, ଖଣ୍ଡପୀଠ ଗତ ଜୁଲାଇ ୧୭ରୁ ତାଙ୍କର ରାୟ ସଂରକ୍ଷିତ ରଖିଥିବା ବେଳେ ଗୁରୁବାର ଚୂଡାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜାତିସଂଘ ମଧ୍ୟ ସ୍ୱାଗତ କରିଛି ।

 

Tag: The moment the historical judgement was given by the Supreme Court, it sent the LGBT community across the country into raptures. Not just the LGBT petitioners and activists, a large part of the Indian political sphere appeared buoyant over the verdict and joined in the celebrations.
Loading...
Facebook Messenger for Wordpress