advertisement

ଆସନ୍ତାକାଲି ଠୁ ସ୍କୁଲ ବନ୍ଦ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆସନ୍ତାକାଲି ଅପ୍ରେଲ ମାସ ୨୫ ତାରିଖ ଠାରୁ ସ୍କୁଲ ବନ୍ଦ

ଭୁବନେଶ୍ୱର – ସମାପ୍ତ ହେଲା ସବୁ କଳ୍ପନା ଜଳ୍ପନା, ଆସନ୍ତାକାଲି ଅର୍ଥାତ ଅପ୍ରେଲ ମାସ ୨୫ ତାରିଖ ଠାରୁ ଓଡ଼ିଶା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ କିମ୍ବା ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜଣାଇ ଦିଆଯାଇଛି। ବୁଧବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ , ଆସନ୍ତା ମେ’ ୪ରୁ ଗ୍ରୀଷ୍ମକାଳୀନ ଛୁଟି ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ବତ୍ତର୍ମାନ ରାଜ୍ୟର ଅନେକ ଜାଗାରେ ଖରା ପ୍ରକୋପ ଅସହ୍ୟ ହେଉଛି ଓ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ୮ଟାରୁ ତାତି ବଢ଼ିଯାଉଛି, ପିଇବା ପାଣି ଶୁଦ୍ଧ ଗରମ ହୋଇଯାଉଛି । ଅନେକ ନଦୀ ନାଳ ଏବେ ସୁଦ୍ଧା ଶୁଖି ଗଲାଣି ଏବଂ ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ସ୍ପଷ୍ଟ କରାଯାଇଛି।

ଏ ପଟେ ପାଣିପାଗ ବିଭାଗ ତରଫରୁ ଏପରି ଆଉକିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଅ ଯାଇଛି । ଏପଟେ ଆଗକୁ ହେବାକୁ ଥିବା ଅନେକ ପରୀକ୍ଷା ମାନଙ୍କ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ଆଶା କରାଯାଉଛି ଯେ ସେ ନେଇ ଅତି ଶୀଘ୍ର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ନିଆଯିବ ।

Tag: odisha chief minister office on tuesday 24th of april 2018 cleared that all schools will remain closed effective from april 25th untill further notice from odisha state school and mass education department.

Loading...
Facebook Messenger for Wordpress