advertisement

କୃଷ୍ଣସାର ମୃଗ ଶିକାର ମାମଲାରେ ସଲ୍‌ମାନ୍‌ ଖାଁଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ରାଜସ୍ଥାନ : ପୁଣି ଚର୍ଚ୍ଚାରେ ସଲ୍‌ମାନ୍‌ ଖାଁ। ଏଥର କିନ୍ତୁ କାରଣ ସମ୍ପୂର୍ଣ ଭିନ୍ନ। ୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଆଜି ବୁଧବାର ବଲିଉଡ୍‌ ସୁପର ଷ୍ଟାର ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅଧିନିୟମ ବିଭାଗ ୫୧ ଅନ୍ତର୍ଗତ ବିଚାରପତି ଏହି ଦଣ୍ଡାଦେଶ କରିଥିବା ସୂଚନା ମିଳିଛି । କୃଷ୍ଣସାର ମୃଗ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ସଲ୍‌ମାନ୍‌ଙ୍କୁ ଅଧିକ ଦଣ୍ଡାଦେଶ ପାଇଁ ଦାବି କରିଥିଲେ ମଧ୍ୟ ମାନ୍ୟବର ଅଦାଲତ ବିଧାନ କରିଛନ୍ତି ।

୨୦ ବର୍ଷ ତଳେ ୧୯୯୮ରେ ହୋଇଥିବା ଏହି ମାମଲାରେ ଅଭିଯୁକ୍ତ ସୈଫ୍‌ ଅଲି ଖାଁ, ତବୁ, ସୋନାଲୀ ବେନ୍ଦ୍ରେ, ନୀଲମ୍‌ ଆଦି ଙ୍କୁ ଅଦାଲତ ଦଣ୍ଡ ମୁକ୍ତ କରି ଖଲାସ କରିଛନ୍ତି। ଏହି ମାମଲାରେ ଅଭିନେତା ସଲ୍‌ମାନ ଖାଁ ମୁଖ୍ୟ ଅଭିଯୁକ୍ତ ଥିଲେ। ମାର୍ଚ୍ଚ ୨୮ରେ ଏହାର ଅନ୍ତିମ ଶୁଣାଣି ଶେଷକରି ଯୋଧପୁର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଦେବକୁମାର ଖତ୍ରୀ ରାୟ ସଂରକ୍ଷିତ ରଖିଥିଲେ। ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ରାୟ ଶୁଣାଇବେ ବୋଲି ଅଦାଲତ ସୂଚିତ କରିଥିଲେ। ତେବେ ଆଗରୁ ଏହି ଅପରାଧ ପାଇଁ ମଧ୍ୟ ବିଚାରାଧୀନ କଏଦୀ ଭାବେ ଜେଲ ଦଣ୍ଡ ଭୋଗିଛନ୍ତି ସଲ୍‌ମାନ୍‌ ଖାଁ। ବାରଜାତିଆ ଙ୍କ ହିନ୍ଦୀ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ଶୁଟିଂବେଳେ ୧୯୯୮ ମସିହା ଅକ୍ଟୋବର ୨ ତାରିଖ ରାତିରେ ଯୋଧପୁର ନିକଟବର୍ତ୍ତୀ କଙ୍କଣୀ ଗ୍ରାମର ଭଗୋଡ଼ା କୀ ଧାନୀରେ ସଲ୍‌ମାନଙ୍କ ସମେତ ସମସ୍ତ କଳାକାର ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଆଗରୁ ମଧ୍ୟ ଏହି ସଂକ୍ରାନ୍ତୀୟ ଚାରୋଟି ମାମଲାରେ ସେ ନିର୍ଦୋଷ ହୋଇଛନ୍ତି। ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲକୁ ଯାଇଛି ଏବଂ ଏବେ ସେ ସେଠିକାର କଏଦୀ ନମ୍ବର ୧୦୬।

Tag: Salman Khan Sentenced Jail for 5 years by jodhpur court, Salman Khan got jail, Salman prison, salman is now prisoner no.106

Loading...
Facebook Messenger for Wordpress