advertisement

ସାହୀଦ କାପୁର ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର

ସାହୀଦ କାପୁର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ

ମୁମ୍ବାଇ : ଫ‍ିଲ୍ମ ‘ପଦ୍ମାବତ’ ରେ ନିଜର ଦମଦାର ଆକ୍ଟିଂ ପାଇଁ ଆକ୍ଟର ଶାହ‍ିଦ କାପୁରଙ୍କୁ ଶନ‍ିବାରଦିନ ଦାଦା ସାହେବ ଫାଲ୍କେ ଏକ୍ସେଲେଂସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଏହି ଅବସରରେ ସହିଦ ଅତ୍ୟନ୍ତ ଖୁସିରେ ଭାବ ବିହ୍ଵଳ ହୋଇ କହିଥିଲେ ଯେ, ଏହି ବର୍ଷ ପଦ୍ମାବତ ପାଇଁ ଏହା ମୋର ପ୍ରଥମ ଆୱାର୍ଡ ଆଗକୁ ଆହୁରି ଅଧିକ ପାଇଁ ମୁଁ ଆଶାୟୀ। ଏଥିସହ ସେ ମଧ୍ୟ ସଞ୍ଜୟ ଲୀଳା ଭନଶାଳୀଙ୍କର ଅନେକ ପ୍ରଶଂସା କରିଥିଲେ।

ସମ୍ବାଦଦାତାମାନଙ୍କର ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ଆଗକୁ ବାପା ହେବା ନେଇ ମଧ୍ୟ ଅନେକ ଖୁସି ବୋଲି ଜଣାଇଥିଲେ। ଏହା ତାଙ୍କ ଦ୍ଵିତୀୟ ଅବସର ହୋଇଥବାରୁ ସେ ଏବଂ ତାଙ୍କର ସ୍ତ୍ରୀ ଇଷା ଅନେକ ଖୁସି ।

ତେବେ ଆଗକୁ ତାଙ୍କ ହାତରେ “ବତୀ ଗୁଲ ମିଟର ଚାଲୁ ” ଚଳଚ୍ଚିତ୍ର ରହିଛି । ଏଥିରେ ସେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ୟାମୀ ଗୌତମ ଙ୍କ ସହିତ ନଜର ଆସିବେ। ଏହି ଚଳଚିତ୍ର ର ନିର୍ଦେଶନା ଭାର ନେଇଛନ୍ତି ଶ୍ରୀ ନାରାୟଣ ସିଂ । ଏହି ଚଳଚିତ୍ର ର କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି ତଥା ସତୁରି ଭାଗ କାର୍ଯ୍ୟ ସାରିଲାଣି ଆଉ ମାତ୍ର ତିରିଶ ଭାଗ କାମ ବାକି ଅଛି , ତେବେ ଏହା କେବେ ପରଦାକୁ ଆସିବ ତାହା ନେଇଁ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।

.

ଖ୍ୟାତନାମା ଆକ୍ଟ୍ରେସ୍ ସ‍ିମୀ ଗ୍ରେୱାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ଦିଆଯାଇଛି। ଏହା ବ୍ୟତୀତ ଶ‍ିଲ୍ପା ଶେଟ୍ଟୀଙ୍କୁ ବେଷ୍ଟ ର‍ିଅଲ‍ିଟି ଶୋ ଜଜ, ଦ‍ିବ୍ୟା ଖୋସଲାଙ୍କୁ ଆଉଟ ଷ୍ଟାଣ୍ଡିଂ ଶ।ର୍ଟଫ‍ିଲ୍ମି ‘ବୁଲବୁଲ’ ପାଇଁ ଏବଂ କରଣ ଜୋହରଙ୍କୁ ‘କଫି ୱିଥ କରନ ’ ପାଇଁ ବେଷ୍ଟ ଟିବି ହୋଷ୍ଟର ଆୱାର୍ଡ ଦିଆଯାଇଛି। ଅଭିନେତ୍ରୀ ତମନ୍ନା ଭାଟ‍ିଆଙ୍କୁ ଫିଲ୍ମ ‘ବାହୁବଳୀ’ ରେ ଆଉଟ ଷ୍ଟାଣ୍ଡିଂ ପରଫ।ର୍ମେଂସ ପାଇଁ ଆୱାର୍ଡ ଦିଆଯାଇଛି। ଏଠି ସହ ରାଜ କୁମାର ରାଓ, କାର୍ତିକ ରାଓ ଆର୍ଯ୍ୟନ, ଅଦିତି ରାଓ ହାୟାଦ୍ରି , କ୍ରିତି ସାନନ ମଧ୍ୟ ଆୱାର୍ଡ ପାଇଛନ୍ତି ।

Tag: Sahid Kapoor got dada saheb falke award for the historical cinema ” padmabat “