advertisement

ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

ନୁଆଦିଲ୍ଲୀ : ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍‌ କିମ୍ବା ଯୌନ ଶୋଷଣ କିଛି ନୂଆ କଥା ନୁହେଁ। ଆମେମାନେ ଏ ସମ୍ପର୍କିତ ଅନେକ ଖବର ହଲିଉଡ଼ , ବଲିଉଡ଼ ତଥା ଓଲିଉଡ଼ରେ ମଧ୍ୟ ଆଗରୁ ଶୁଣିବାକୁ ପାଇଛୁ। ହେଲେ ଏହା ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଏପରି କି ପାର୍ଲାମେଣ୍ଟ ମଧ୍ୟ କାଷ୍ଟିଂ କାଉଚ୍‌ରୁ ମୁକ୍ତ ନୁହେଁ। ଏହା ଏକ ଅପ୍ରିୟ ସତ୍ୟ ବୋଲି ମଙ୍ଗଳବାର କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି। ରେଣୁକାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜାନ୍ୟତିକ ମହଲରେ ଚଞ୍ଚକତା ଏବଂ ସାଧାରଣ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି।

ଏପରି ଏକ ବିବାଦ ଯେ ହଠାତ ଆସିଛି ତାହା ନୁହେଁ ବରଂ ବିବାଦର ମୂଳ ସୂତ୍ରଧର ହେଉଛନ୍ତି ବରିଷ୍ଠ ବଲିଉଡ଼ କୋରିଓଗ୍ରାଫର ସରୋଜ ଖାନ୍‌। କୋରିଓଗ୍ରାଫର ସରୋଜ ଖାନ୍‌ ପ୍ରଥମେ ବଲିଉଡ଼ରେ ହେଉଥିବା କାଷ୍ଟିଂ କାଉଚ୍‌ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ମହିଳାମାନଙ୍କୁ ବଳାତ୍କାର କରିବା ପରେ ପରିତ୍ୟାଗ ନ କରି ଅନ୍ତତଃ ସେମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରୁଛି ବୋଲି ୬୯ ବର୍ଷୀୟା ସରୋଜ ନିଜର ଆଭିବ୍ୟକ୍ତି ରଖିଥିଲେ । ଏହାସହ ଯୌନ ଉତ୍ପୀଡ଼ନ ନିରୋଧୀ ଅଭିଯାନ ‘ମି ଠୂ’ କ୍ୟାମ୍ପେନ୍‌ରେ ସେ କାଷ୍ଟିଂ କାଉଚ୍‌ ସଂସ୍କୃତି ସପକ୍ଷରେ ମତବ୍ୟକ୍ତ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସରୋଜ କ୍ଷମା ମାଗିଥିଲେ।

 

ବର୍ତମାନ କିନ୍ତୁ ସରୋଜ ଖାନ ଙ୍କ ଏପରି ଏକ ଆପତ୍ତିଜନକ ମନ୍ତବ୍ୟକୁ ସମର୍ଥନ କରି ରେଣୁକା ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ରେଣୁକା କହିଛନ୍ତି, ଏବେ ଏପରି କୌଣସି କାର୍ଯ୍ୟକ୍ଷେତ୍ର ନାହିଁ ଯେଉଁଠି କାଷ୍ଟିଂ କାଉଚ୍‌ ଚାଲିନାହିଁ। କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ବରଂ ପାର୍ଲାମେଣ୍ଟରେ କାଷ୍ଟିଂ କାଉଚ୍‌ ଚାଲିଛି। ପାଶ୍ଚାତ୍ୟ ଜଗତକୁ ଦେଖିଲେ ସେଠାକାର ପ୍ରତିଷ୍ଠିତ ଅଭିନେତ୍ରୀମାନେ ବହୁ ସମୟ ପରେ ମୁହଁ ଖୋଲି ‘ମି ଠୂ’ ବୋଲି କହୁଛନ୍ତି। ଏବେ ଭାରତୀୟମାନେ ମଧ୍ୟ ସାମ୍ନାକୁ ଆସନ୍ତୁ ଓ ‘ମି ଠୂ’ ବୋଲି କୁହନ୍ତୁ।

ଏଠାରେ ଆମେ ସୂଚାଇ ଦେବାକୁ ଚାଁହୁ ଯେ, ଏହି ‘ମି ଠୂ’ କ୍ୟାମ୍ପେନ ଟି ଗତବର୍ଷ ହଲିଉଡ୍‌ରେ ଆରମ୍ଭ ହୋଇଥିଲା। ଏହି ‘ମି ଠୂ’ କ୍ୟାମ୍ପେନ୍‌ ଯୌନ ଶୋଷଣ ବିରୋଧରେ ଏକ ଆନ୍ଦୋଳନର ରୂପ ନେଇସାରିଛି। ଏହା ହଲିଉଡ଼ ସମେତ ସାରା ବିଶ୍ବରେ ମଧ୍ୟ ଅନେକ ବ୍ୟକ୍ତି ନିଜର ମତାମତ ରଖି ସାରିଲେଣି ।

 

Tag: Congress leader Renuka Chowdhury on Tuesday says that casting couch culture already existed in the Parliament. Renuka’s allegation came just couple of hours after famous choreographer Saroj Khan said that casting couch culture was a way of “livelihood” in the film industry. 

Loading...
Facebook Messenger for Wordpress