advertisement

ନିୟମିତ ସିଗାରେଟ୍ ସେବନ କଲେ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି

ଜାପାନ : ବେଶି ଧୂମପାନ ମଣିଷର ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପକାଇଥାଏ । ଜାପାନ ଗବେଷକମଣ୍ଡଳୀ ଏହି ତଥ୍ୟ ପ୍ରକାଶ କରିଛନ୍ତି । ଗତ ୮ ବର୍ଷ ଭିତରେ ସର୍ଭେ ଅନ୍ତର୍ଭୁକ୍ତ ୫୦,୦୦୦ ଧୂମପାନ ସେବନକାରୀ ଶ୍ରବଣ ଶକ୍ତି ହରାଇଥିବା ରିପୋର୍ଟ ଦର୍ଶାଇଛି । ଜାପାନର ନ୍ୟାସନାଲ ସେଣ୍ଟର ଫର ଗ୍ଲୋବାଲ ହେଲ୍ଥ ଆଣ୍ଟ ମେଡିସିନ ଗବେଷକମାନେ ସର୍ଭେରେ ସାମିଲ ପ୍ରତି ଲୋକଙ୍କ ଅଡ଼ିଓ ଟେଷ୍ଟ କରିଥିଲେ । ଜୀବନଶୈଳୀ ଉପରେ ପ୍ରଶ୍ନ ପଚାରି ବୁଝିଥିଲେ । ବର୍ତ୍ତମାନର ଧୂମପାନକାରୀ, ଅତୀତର ଧୂମପାନକାରୀ, ଆଦୌ ଧୂମପାନ କରି ନଥିବା ଗୋଷ୍ଠୀ ଭାବରେ ତିନିଟି ପୃଥକ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଫଳାଫଳ ରେ ଦେଖାଯାଇଥିଲା, ଦୈନିକ ଅଧିକ ସିଗାରେଟ୍ ଟାଣୁଥିବା ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇଛି । ଏ ପରିକି ଗବେଷକ ମାନେ ଦାବି କରିଛନ୍ତି ଯେ ସିଗାରେଟ୍ ଅଧିକ ସେବନ କର କି କମ୍, ଶ୍ରବଣ ଶକ୍ତି ହରାଇବା ନିଶ୍ଚିତ । ଅବଶ୍ୟ କମ ସିଗାରେଟ୍ ଟାଣୁଥିବା ବ୍ୟକ୍ତିମାନେ ବିଳମ୍ବରେ ଶ୍ରବଣ ଶକ୍ତି ହରାଇବେ । ଗବେଷକମାନେ ଲକ୍ଷ୍ୟ କରିଥିଲେ ଯେ ସିଗାରେଟ୍ ସେବନ କମାଇଥିବା ଲୋକଙ୍କ ଶ୍ରବଣ ଶକ୍ତିରେ ସାମାନ୍ୟ ଉନ୍ନତି ଘଟିଛି । ସିଗାରେଟରେ ନିକୋଟିନ ଥିବା ଯୋଗୁ ଏହା ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପକାଇଥାଏ ।

Leave a Reply

Your email address will not be published.

Loading...
Facebook Messenger for Wordpress