advertisement

ଇଣ୍ଡିଆନ ରେଲୱେ ରେ ବିଭିନ୍ନ ପଦ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ : ରେଲୱେ ରୀକୃଟମେଣ୍ଟ ବୋର୍ଡ ବା ଆରଆରବି ବିଜ୍ଞପ୍ତି ମାଧ୍ୟମରେ ପ୍ରାୟ ୭୫୦୦୦ ପଦ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ସେହି ପଦବୀ ମାନଙ୍କ ମଧ୍ୟରେ ଗ୍ରୁପ ସି ଏବଂ ଗ୍ରୁପ ଡି ରହିଛି।

ଆରଆରବି ଗ୍ରୁପ ସି ପଦବୀ: ଆସିଷ୍ଟାଣ୍ଟଲୋକ ପାଇଲଟ-୧୭୬୭୩, ଟେକନିସିଆନ୍-୮୮୨୯

ସେହିପରି ଆରଆରବି ଗ୍ରୁପ ଡି ରେ ୬୨,୯୦୭ ପଦବୀ ଖାଲି ପଡିଛି।

ଚୟନ ପ୍ରକ୍ରିୟା:  ଆବେଦନକାରୀଙ୍କ ଚୟନ Common Computer Based Test (CBT), Aptitude Test and Document Verification ଉପରେ ଆଧାରିତ ପରୀକ୍ଷା ଅନୁଯାୟୀ କରାଯିବ।

ଦରକାରୀ ସୂଚନା: ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ୨୦୧୮ ହୋଇଥିବା ବେଳେ ଅନଲାଇନ ପେମେଣ୍ଟ, ଏସବିଆଇ ଚାଲାଣର ଶେଷ ତାରିଖ ମାର୍ଚ୍ଚ ୩୧ ଏବଂ ପୋଷ୍ଟ ଅଫିସ ଚାଲାଣର ଶେଷ ତାରିଖ ମାର୍ଚ୍ଚ ୨୯ ଧାର୍ଯ୍ୟ ହୋଇଛି। ଏହି ପରୀକ୍ଷା ଏପ୍ରିଲ କିମ୍ବା ମେ ମାସରେ  ହୋଇପାରେ ବୋଲି ଅନୁମାନ କରାଯାଉଛି।

 

Tag : Railway Recruitment Board invites application for 75000 jobs in March 2018

Loading...
Facebook Messenger for Wordpress