advertisement

ରାଷ୍ଟ୍ରପତି ଦେଖିବେ ‘ହିଚ୍‌କି’ ଚଳଚିତ୍ର

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ହିନ୍ଦୀ ଫିଲ୍ମ ‘ହିଚ୍‌କି’ ଦେଖିବେ। ରାଷ୍ଟ୍ରପତି ଭବନରେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ କରାଯିବ। ରାଣୀ ମୁଖାର୍ଜୀ ଅଭିନୀତ ଏହି ଫିଲ୍ମ ମାଧ୍ୟମରେ ସମାଜକୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। କଥା କହିବା ସମୟରେ ଅସୁବିଧାରେ ପଡୁଥିବା ଜଣେ ଶିକ୍ଷୟତ୍ରୀ କିଭଳି ତାଙ୍କ ଜୀବନରେ ସଫଳତା ଳାଭ କରୁଛନ୍ତି ତାହା ଏହି ଫିଲ୍ମରେ ମାର୍ମିକ ଭାବେ ଉପସ୍ଥାପିତ କରାଯାଇଛି। ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ପି. ମାଲହୋତ୍ରା ଦେଇଥିବାବେଳେ ଫିଲ୍ମଟି ମାର୍ଚ୍ଚ ୨୩ରେ ରିଲିଜ୍‌ ହୋଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି। ଏହି ଚଳଚିତ୍ର ଜରିଆରେ ରାଣୀ ମୁଖାର୍ଜୀ ବଲିଉଡରେ ନିଜର ସେକେଣ୍ଡ ଇନିଙ୍ଗସ ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Tag: president of India, Ramnath kobind, Rani mukherjee, Hitchki

Loading...
Facebook Messenger for Wordpress