advertisement

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ହେଲା ଘୋଷଣା

ଭୁବନେଶ୍ୱର : ଓଡ଼ିଶା ର ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ତଥା ପେନସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହେବାପରେ ଏହା ସର୍ବମୋଟ ୭ ପ୍ରତିଶତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ସଂଶୋଧିତ ହାରରେ ପେନ୍‌ସନ୍‌ ପାଉଥିବା ପେନ୍‌ସନଭୋଗୀଙ୍କ ୨ ପ୍ରତିଶତ ଟିଆଇ (ଡିଅରନେସ ରିଲିଫ) ବୃଦ୍ଧି କରାଯାଇଛି । ସେହିପରି ଅଣସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନ୍‌ଭୋଗୀଙ୍କ ୩ ପ୍ରତିଶତ ଟିଆଇ ବୃଦ୍ଧି କରାଯାଇଛି । ସମ୍ପ୍ରତି ରାଜ୍ୟରେ ଅନେକ ସରକାରୀ କର୍ମଚାରୀ ତଥା ପେନ୍ସନ ଉପଭୋକ୍ତା ରହିଛନ୍ତି ଯାହାଦ୍ୱାରାକି ସରକାରଙ୍କୁ ଅନେକ ଅତିରିକ୍ତ ଆର୍ଥିକ ବୋଝର ସାମ୍ନା କରିବାକୁ ପଡିପାରେ ଏବଂ ସାଧାରଣ ଜନତାଙ୍କୁ ମଧ୍ୟ ଅତିରିକ୍ତ ଟିକସ ବଢାଇବା ଦ୍ୱାରା ଏହା ବୋଝ ସଦୃଶ ହୋଇପାରେ।

Tag: Odisha state government employees got hike in their salary and dearness relief is hiked for pensioners. Chief minister Naveen pattnaik sanctioned a bill for which now Odisha state government employees will get two percent more hike in their allowances and three percent dearness relief is hiked for pensioners