advertisement

କିପରି ପାଇବେ ଓଡିଶା ମାଟ୍ରିକ ପରୀକ୍ଷା ଫଳ

ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ ୨୦୧୮

ଭୁବନେଶ୍ୱର: ଚଳିତ ବର୍ଷ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ଏହି ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପରୀକ୍ଷା ଫଳ ପ୍ରକାଶନ ହେବା ପରେ ଛାତ୍ର ଛାତ୍ରୀ ମାନେ ସିଧାସଳଖ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ରୁ ନିଜ ରୋଲ ନମ୍ବର ଦେଇ ପାଇପାରିବେ । ବୋର୍ଡର ନିଜସ୍ୱ ୱେବସାଇଟ ହେଉଛି http://bseodisha.nic.in/ ଯେଉଁଥିରେ କି ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ମାନେ ସିଧାସଳଖ ପରୀକ୍ଷାଫଳ ପାଇପାରିବେ । ଆହୁରି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଅସୁବିଧା ନ ହେବା ପାଇଁ ଏହାକୁ ମଧ୍ୟ http://orissaresults.nic.in ୱେବସାଇଟରେ ପ୍ରକାଶନ କରାଯିବ ବୋଲି ସୂଚନା ଦିଆ ଯାଇଛି । ଏହାସହ +୨ ପରୀକ୍ଷା ଫଳ ମଧ୍ୟ ପ୍ରକାଶନ ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ୨୦୧୮ ମସିହାରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୮ ତାରିଖ ପର୍ଯ୍ୟନ୍ତ ଏହି ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କପି ରୋକିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସୁଚାରୁ ରୂପେ ପରୀକ୍ଷାକୁ ପରିଚାଳନା କରାଯାଇଥିଲା। ଗତ ବର୍ଷ ରାଜ୍ୟରେ ମାଟ୍ରିକ ପରିଖରେ ପାସ ହାର ଥିଲା ୮୫ .୨୮ ପ୍ରତିଶତ।

ତେବେ ଏବେ ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ରାଜ୍ୟ ସରକାର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛୁଟି ଘୋଷଣା କରିଛନ୍ତି । ତଥାପି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଏହି ବର୍ଷ ପରୀକ୍ଷା ଫଳ ପ୍ରକାଶନ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିକ୍ଷକ ମାନଙ୍କ ଖାତା ଦେଖା ବର୍ଜନ ଯୋଗୁଁ ସମସ୍ତେ ପ୍ରାୟ ଫଳ ପ୍ରକାଶନ ଠିକ ସମୟରେ ହେବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।

Odisha HSC class 10th result 2018 BSE Odisha Matric Result 2018

କିପରି ଜାଣିବେ ମାଟ୍ରିକ ପରୀକ୍ଷା ଫଳ :

୧ : bse.odisha.nic.in କିମ୍ବା orissaresults.nic.in ୱେବସାଇଟ କୁ ଯାଆନ୍ତୁ।

୨ : ‘HSC Class 10th Result 2018‘ ଉପରେ କ୍ଲିକ କରନ୍ତୁ।

୩ : ଆବଶ୍ୟକୀୟ ଜାଗାରେ ନିଜର ନାମ ଏବଂ ରୋଲ ନମ୍ବର ଭରନ୍ତୁ।

୪: ଏହାପରେ ତଳେ ଥିବା ସବମିଟ ବଟନ ରେ କ୍ଲିକ କରନ୍ତୁ।

ଏହାପରେ ତଳେ ଏକ ସ୍କ୍ରିନ ରେ ଆପଣଙ୍କ ମାର୍କ ସିଟ ଆସିଯିବ। ଏହାକୁ ଆପଣ ଡାଉନଲୋଡ଼ ମଧ୍ୟ ସେଠାରୁ କରିପାରିବେ । ମାତ୍ର ଏହା ଆପଣଙ୍କ ଫାଇନାଲ ମାର୍କସିଟ ନୁହେଁ । ଫାଇନାଲ ମାର୍କସିଟ ଆପଣ ନିଜ ବିଦ୍ୟାଳୟ ଅଥବା ବୋର୍ଡ଼ରୁ ସିଧା ସଳଖ ହାସଲ କରିପାରିବେ ।

Tag : HSC Class 10th Result 2018, odisha matriculation exam result 2018, HSC odisha Class 10th Result 2018, bse.odisha.nic.in , orissaresults.nic.in , Odisha Board Result , Odisha board class 10 result , BSE Odisha Matric Result 2018 , HSC Orissa 10th Results , orissaresults.nic.in , www.bseodisha.nic.in , Odisha BSE HSC Class 10 Results 2018 , BSE Odisha Results 2018 , Odisha Matric Results 2018

Loading...
Facebook Messenger for Wordpress