advertisement

ନିରଞ୍ଜନ ପଟ୍ଟନାୟକ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶା ପିସିସି ସଭାପତି ପାଦରେ ବଦଳି ନେଇ ଅନେକ ଦିନର କଳ୍ପନା ଜଳ୍ପନାରେ ପୁର୍ଣ୍ଣଛେଦ ପଡ଼ିଛି। ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଓଡିଶା କଂଗ୍ରସ ଶିବିର। ଓଡ଼ିଶା ପ୍ରଦେଶ କଂଗ୍ରେସ ର ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତିକୁ ନେଇ ଏଆଇସିସି ତରଫରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯାଇଛି । ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଅଛି। କଳାହାଣ୍ଡିର ନେତା ତଥା ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଗୁରୁବାର ନୂଆଦିଲ୍ଲୀରେ ପିସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନଙ୍କର ଆଲୋଚନା ହୋଇଥିଲା। ପ୍ରଥମେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ରାହୁଲ ପ୍ରାୟ ଦୀର୍ଘ ୨୦ ମିନିଟ ଧରି ଆଲୋଚନା କରିଥିଲେ। ପରେ ରାହୁଲ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ, ଚିରଞ୍ଜିବୀ ବିଶ୍ୱାଳ, ନବ କିଶୋର ଦାଶ, ପ୍ରଦୀପ ମାଝୀ ପ୍ରମୁଖଙ୍କ ସହ ଓଡ଼ିଶାର ରାଜନୀତି ଏବଂ ସୁବିଧା ଅସୁବିଧା ବିଷୟକୁ ନେଇ ଆଲୋଚନା କରିଥିଲେ। କଂଗ୍ରେସକୁ କିଭଳି ସଂଗଠିତ କରାଯାଇପାରିବ ସେ ନେଇ ରାହୁଲ ପଚାରି ବୁଝିଥିଲେ। ତେବେ ସମସ୍ତ ନେତା ପିସିସି ପରିବର୍ତ୍ତନ ନେଇ ମତ ଦେଇଥିଲେ। ଅନେକ ନେତା ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେଲେ କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଓଡ଼ିଶା କଂଗ୍ରେସ ନେତାଙ୍କ ସହ ରାହୁଲ ଆଲୋଚନା କରିବା ବେଳେ ନବନିଯୁକ୍ତ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଓଡ଼ିଶା ଦାୟିତ୍ୱରେ ରହିଥିବା ଏଆଇସିସିର ସମ୍ପାଦକମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଜିତେନ୍ଦ୍ର ସିଂହ ପିସିସି ପରିବର୍ତ୍ତନ ନେଇ ସୂଚନା ଦେଇଥିଲେ।

Tag: Odisha PCC president change : Niranjan Pattanaik appointed as president

Loading...
Facebook Messenger for Wordpress