advertisement

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳ ବିଭାଗ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରଥମ ମେମୁ ଟ୍ରେନର ଶୁଭାରମ୍ଭ କରିବ। ମେମୁ ହେଉଛି ମେନ ଲାଇନ ଇଲେକଟ୍ରିକ୍‌ ମଲ୍ଟିପୁଲ ୟୁନିଟ ବିଶିଷ୍ଟ ଟ୍ରେନ, ଏହି ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିବ। ଏହାର ଇଞ୍ଜିନ ଅତି ଶକ୍ତିଶାଳୀ ହୋଇଥିବାରୁ ଷ୍ଟାର୍ଟ କରିବା ଲାଗି ଅତି ବେଶି ସମୟ ନେବ ନାହିଁ। ଏହି ଟ୍ରେନ ଚଳାଚଳ ଲାଗି ପୂର୍ବତଟ ରେଳପଥ ପ୍ରସ୍ତୁତିକୁ ଜୋରଦାର କରିଛି।

ଖୋର୍ଦ୍ଧାଠାରେ ଏଥି ଲାଗି ମେମୁ ସେଡ୍‌ ନିର୍ମାଣ ହୋଇଛି। ଏଥି ଲାଗି ୩ଟି ରେକ୍‌ ଶୀଘ୍ର ଆସିବ। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର-କଟକ ଫାଷ୍ଟ ପାସେଞ୍ଜରକୁ ମେମୋ ଟ୍ରେନରେ ରୂପାନ୍ତରିତ କରାଯିବ। ବ୍ରହ୍ମପୁର ଭଦ୍ରକ ମଧ୍ୟରେ ଏହି ଭଳି ଏକ ଟ୍ରେନ ଚଳାଇବାକୁ ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ଧାର୍ଯ୍ୟ ହୋଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନଠାର ଆୟୋଜିତ ବାର୍ଷିକ କାର୍ଯ୍ୟଧାରା ସମୀକ୍ଷା ସଂକ୍ରାନ୍ତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଉମେଶ ସିଂ ଏହି ସୂଚନା ଦେଇଛନ୍ତି। ଆସିବାକୁ ଥିବା ରେକ୍‌ ମଧ୍ୟରେ ପ୍ରତି ରେକ୍‌ ପିଛା ୧୨ଟି କୋଚ୍‌ ବ୍ୟବସ୍ଥା ରହିବ। ଏଥିରେ ୩ଟି ୟୁନିଟ ରହିବ। ପ୍ରତି ୟୁନିଟରେ ଗୋଟିଏ ମୋଟର କାର ଏବଂ ତିନୋଟି ଟ୍ରାଭେଲିଂ କାର୍‌ ବ୍ୟବସ୍ଥା ରହିବ। ସମୁଦାୟ ୧୨ଟି କୋଚରେ ୧୩୨୦ ଯାତ୍ରୀ ଯାତ୍ରାର ସୁବିଧା ପାଇବେ। ସେହିଭଳି ପ୍ରତି କୋଚ୍‌ରେ ୧୧୦ ଯାତ୍ରୀ ବସିବାର ସୁବିଧା ରହିବ। ସେହିଭଳି ଲୋକଙ୍କ ଛିଡା ହେବା ଲାଗି ସ୍ଥାନ ମଧ୍ୟ ରହିବ। ପ୍ରତି କୋଚରେ ଦୁଇଟି ଟଏଲେଟ ସୁବିଧା ରହିବ ବୋଲି ରେଳପଥର ମହାପ୍ରବନ୍ଧକ ଶ୍ରୀ ଉମେଶ ସିଂ କରିଛନ୍ତି।

Tag: First Memu Train by east coast railway in odisha before rath yatra