advertisement

୧୨ ବର୍ଷ ବାଳକଙ୍କ ୮୨ଟି ଆପସ୍‌, ଅନଲାଇନ ସଫ୍ଟୱେର କମ୍ପାନୀ

ମାତ୍ର ୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା : ତିଆରି କରିଛନ୍ତି ୮୨ଟି ସଫ୍ଟୱେର ଆପସ୍‌

ଜବଲପୁର : ବାପା ମାଗିଲେ କ୍ୟାଲକୁଲେଟର ମାତ୍ର ଆଦିତ୍ୟ ତାଙ୍କୁ ଦେଲେ ନିଜେ ତିଆରି କରିଥବା ଆପସ୍‌। ଯଦି ଆଦିତ୍ୟ ଦେଖିଲେ ଯେ ତାଙ୍କ ଭଉଣୀ କୌଣସି ମୋବାଇଲ ଗେମ ଖେଳୁଛି ତେବେ ସେ ସଂଗେ ସଂଗେ ନିଜେ ତା ପାଇଁ ଏକ ଗେମ ଆପ୍ଲିକେସନ ତିଆରି କରିବାରେ। ଏହି ଆଦିତ୍ୟ ହେଉଛନ୍ତି ଏକ ବାଳକ ଯିଏକି ଏଯାଏଁ ତିଆରି କରିଛନ୍ତି ୮୨ଟି ସଫ୍ଟୱେର ଆପସ୍‌। ଘଟଣାଟି ଆପଣଙ୍କୁ ଚକିତ କରିପାରେ କିନ୍ତୁ ସତ୍ୟ।

ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ଟି ସଫ୍ଟୱେର ଆପ୍ଲିକେସନ। ସେ ସମ୍ପ୍ରତି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଏବେ ସେ ଅନଲାଇନ ଟିଉସନ ମଧ୍ୟ ଦେଉଛନ୍ତି। ଇତି ମଧ୍ୟରେ ସେ ନିଜେ ଏକ ଅନଲାଇନ ସଫ୍ଟଓ୍ବେର କମ୍ପାନୀ କରିଛନ୍ତି। ପିଲାଦିନରୁ ତାଙ୍କର ବୈଷୟିକଜ୍ଞାନ ପ୍ରତି ବିଶେଷ ଆଗ୍ରହ ଥିଲା ବୋଲି ମାତା ଅମିତା ନିଜି ଏବଂ ପିତା ଧର୍ମେନ୍ଦ୍ର ଚୌବେ ସୂଚିତ କରିଛନ୍ତି।

 

Tag : Aditya  Choube a 12 year old kid from jabalpur madhya pradesh is developing apps  since the age of 9, and also he owns a online software company as “Etc.”. Aditya is giving his online tuitions about software development.

Loading...
Facebook Messenger for Wordpress