advertisement

ଜିତେନ୍ଦ୍ର ସିଂହ ଏବେ ଓଡ଼ିଶା ପିସିସି ପ୍ରଭାରୀ

ଭୁବନେଶ୍ୱର : ନିକଟ ଅତୀତରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନେକ ଦଳୀୟ କନ୍ଦଳର ସାମ୍ନା କରିଛି ଏବଂ ବିଜେପୁର ନିର୍ବାଚନରେ ପରାଜୟ ପରେ ପ୍ରସାଦ ହରିଚନ୍ଦନ ମଧ୍ୟ ନିଜକୁ ପରାଜୟ ପାଇଁ ଦାୟୀ କରିଥିଲେ। ତେବେ ରାଜନୈତିକ ମହଲରେ ମଙ୍ଗୁଆଳ ପରିବର୍ତ୍ତନ ର ପୂର୍ବଭାଷ ଆଗରୁ ମିଳି ସାରିଥିଲା । ଶୁକ୍ରବାର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଥିବା ବି.କେ. ହରିପ୍ରସାଦଙ୍କୁ ପରିବର୍ତ୍ତନ କରିଛନ୍ତି। ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଉକ୍ତ ଦାୟିତ୍ୱ ଦେଇଛନ୍ତି।

ନିକଟରେ ପିସିସି ସଭାପତି ପରିବର୍ତ୍ତନ କରାଯିବାକୁ ନେଇ ଦଳରେ ଜୋରଦାର ବିରୋଧ ହୋଇଥିଲା। ସେହି ସମୟରେ ରାହୁଲ ଦଳରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଏକ ରିପୋର୍ଟ ଦେବାକୁ ଜିତେନ୍ଦ୍ରଙ୍କୁ କହିଥିଲେ। ସେ ଦଳର ପ୍ରତ୍ୟେକ ନେତାଙ୍କ ସହିତ ପୃଥକ୍‌ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟ ପ୍ରସ୍ତୁତ ସମୟରେ ରାଜ୍ୟ ପ୍ରଭାରୀ ବଦଳାଇବା ପାଇଁ ଅନେକ ନେତା ଦାବି କରିଥିଲେ। ତେଣୁ ଉକ୍ତ ରିପୋର୍ଟକୁ ଆଧାର କରି ପ୍ରଭାରୀ ପଦରେ ରାହୁଲ ପରିବର୍ତ୍ତନ କରିଛନ୍ତି। ସେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେବେ ବୋଲି ବାରମ୍ବାର କହୁଥିବା ବେଳେ ଓଡ଼ିଶାରେ ଜିତେନ୍ଦ୍ରଙ୍କୁ ଦାୟିତ୍ୱଦେଇ ଏହା ପ୍ରମାଣ କରିଛନ୍ତି। ପ୍ରଭାରୀ ପଦରେ ପରିବର୍ତ୍ତନ ହେବା ପରେ ସଭାପତି ବଦଳିବା ନେଇ ମଧ୍ୟ ଏକ ପରୋକ୍ଷ ସୂଚନା ମିଳିଛି।

Tag: odisha congress, PCC odisha , jitendra singh, prasad harichandan, odisha congress

Loading...
Facebook Messenger for Wordpress