advertisement

ଏସ୍‌. ଜୟଶଙ୍କର ନିଯୁକ୍ତ ହେଲେ ଟାଟାସନ୍ସ ଗ୍ରୁପ୍‌ର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ଏସ୍‌. ଜୟଶଙ୍କର ନିଯୁକ୍ତ ହେଲେ ଟାଟା ସନ୍ସ ଗ୍ରୁପ୍‌ର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ମୁମ୍ବାଇ : ଟାଟା ସନ୍ସ ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି ରୂପେ ଭାରତର ପୂର୍ବତନ ବୈଦେଶିକ ସଚିବ ଏସ୍‌. ଜୟଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି। ଜୟଶଙ୍କର ନୂଆ ଦାୟିତ୍ୱ ପାଇବା ପରେ ଏବେ ସିଧା ସଳଖ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ରିପୋର୍ଟ କରିବେ। ନୂଆ ଦାୟିତ୍ୱରେ ସେ ଟାଟା ସନ୍ସ ଗ୍ରୁପ୍‌ର କର୍ପୋରେଟ୍‌ ବ୍ୟାପାର ଏବଂ ଅନ୍ତର୍ଜାତୀୟ ଷ୍ଟ୍ରାଟେଜି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ। ଟାଟା ସନ୍ସର ଅନ୍ତର୍ଜାତୀୟ କାର୍ଯ୍ୟାଳୟଗୁଡିକ ତାଙ୍କୁ ରିପୋର୍ଟ କରିବେ। ଟାଟା ଗ୍ରୁପ୍‌ କମ୍ପାନୀଗୁଡିକ କିପରି ବ୍ୟବସାୟ କୁ ସୁଦୃଢ଼ କରିବେ ଏବଂ ବିଶ୍ୱର ବିଭିନ୍ନ କୋଣରେ ପ୍ରସାରିତ ହେବେ ସେ ନେଇ ଜୟଶଙ୍କର କାର୍ଯ୍ୟ କରିବେ। ଅନ୍ତର୍ଜାତୀୟ ବ୍ୟାପାର ଉପରେ ଜୟଶଙ୍କରଙ୍କ ଅଭିଜ୍ଞତା ଏବଂ ଜ୍ଞାନ ଟାଟା ଗ୍ରୁପ୍‌ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହେବ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ କହିଛନ୍ତି। ଟାଟା ଗ୍ରୁପ୍‌ ର ଦୁଇଟି ବଡ଼ କମ୍ପାନୀ ଜାଗୁଆର ଏବଂ ଟାଟା ଷ୍ଟିଲ ଇଉରୋପ ଏବେ ଅନ୍ତର୍ଜାତୀୟ ବଜାର ରେ ନିଜ ସ୍ଥିତି ମଜବୁତ କରିବ ବୋଲି ଅନେକ ମତାମତ ଦେଇଛନ୍ତି।

ତେବେ ଠାରେ ସୂଚାଇ ଦେବାକୁ ଚାଁହୁ ଯେ , ଏସ୍‌. ଜୟଶଙ୍କର ୨୦୧୫ ଜାନୁୟାରୀରୁ ୨୦୧୮ ଜାନୁୟାରୀ ପର୍ଯ୍ୟନ୍ତ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୭ରେ ସେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଅନେକ ନିର୍ଣ୍ଣାୟକ ଏବଂ ଭାରତ ସପକ୍ଷରେ ହୋଇଥବା ନିଷ୍ପତ୍ତି ମଧ୍ୟରୁ ଭାରତ-ଆମେରିକା ସିଭିଲିଆନ୍‌ ପରମାଣୁ ଚୁକ୍ତି ବୁଝାମଣା ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅନ୍ୟତମ ।

Tag: Tata Group has appointed former foreign secretary S Jaishankar as global corporate affairs president. He will join the group on May 1st and will report to chairman N Chandrasekaran, executive chairman of Tata Group.