ବ୍ରିଟେନରେ କେସ ହାରିଲେ ବିଜୟ ମାଲ୍ୟା

ବ୍ରିଟେନରେ କେସ ହାରିଲେ ବିଜୟ ମାଲ୍ୟା

ବ୍ରିଟେନ : ଭାରତୀୟ କୋର୍ଟ ଦ୍ଵାରା ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କୁ ଝଟକା ଲାଗିଛି । ତାଙ୍କ କିଙ୍ଗଫିଶ୍‌ର ବିମାନ କମ୍ପାନୀ ବ୍ରିଟେନରେ ହୋଇଥବା ଏକ ମୋକଦ୍ଦମା ହାରିଯାଇଛି । ଏଥିପାଇଁ କିଙ୍ଗଫିଶର ଏକ କମ୍ପାନୀକୁ ୯୦ ନିୟୁତ ଡଲାର ଅର୍ଥାତ ପାଖାପାଖି ୫୭୯ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁସାରେ, ୬୨ ବର୍ଷିୟ ମାଲ୍ୟାଙ୍କ କମ୍ପାନୀ କିଙ୍ଗଫିଶର ବିରୋଧରେ ସିଙ୍ଗାପୁରର ବିଓସି ଏଭିଏସନ ନାମକ ଏକ କମ୍ପାନୀ ୨୦୧୪ରେ ମାମଲା ଦାୟର କରିଥିଲା । ସେତେବେଳେ କିଙ୍ଗଫିଶର ବିଓସିର କିଛି ବିମାନକୁ ଲିଜ୍‌ରେ ନେଇଥିଲା । ତେବେ ଏହି ମାମଲା ଲିଜଂ ରାଜିନାମାକୁ ନେଇ ହୋଇଥିଲା । ଉଭୟ…

ଅଧିକ ଜାଣନ୍ତୁ

ବିଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟସିଟିରେ ଭୁବନେଶ୍ୱର, ଏକମାତ୍ର ଭାରତୀୟ ସହର

ବିଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟସିଟିରେ ଭୁବନେଶ୍ୱର, ଏକମାତ୍ର ଭାରତୀୟ ସହର

ଭୁବନେଶ୍ୱର: ୨୦୧୬ରେ ଶ୍ରେଷ୍ଠ ଭାରତୀୟ ସହର ତାଲିକାରେ ସ୍ଥାନ ପାଇବା ପରେ ଏବେ ୨୦୧୭ ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଏକମାତ୍ର ଭାରତୀୟ ସହର ଭାବେ ଭୁବନେଶ୍ୱର ସ୍ଥାନ ପାଇଛି । ଆନ୍ତର୍ଜାତିକ ସ୍ତରର ବଜାର ସମୀକ୍ଷକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ଜନଜୀବନ, ଉତ୍ପାଦନ ନିପୁଣତା, ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରୟୋଗ ପ୍ରଭୃତି ଦିଗ ଉପରେ ବିଶ୍ଲେଷଣ କରି ତାଲିକା ପ୍ରସ୍ତୁତ କରିଛନ୍ତି । ସୁରକ୍ଷିତ ସହର ତାଲିକାରେ ଭୁବନେଶ୍ୱର ତ୍ରୟୋଦଶ ସ୍ଥାନରେ ଅଛି । ସ୍ୱାସ୍ଥ୍ୟ ଓ ଉତ୍ପାଦନ ନିପୁଣତା ତାଲିକାରେ ବିଂଶତମ ସ୍ଥାନରେ ଅଛି । ସମଗ୍ର ଚାରିଟି ଯାକ ତାଲିକାରେ ସିଙ୍ଗାପୁର ଶୀର୍ଷରେ ଥିବାବେଳେ ସାନ ଫ୍ରାନ୍ସିସକୋ ଓ ଲଣ୍ଡନ ଯଥାକ୍ରମେ ଦ୍ୱିତୀୟ ଓ…

ଅଧିକ ଜାଣନ୍ତୁ

ମହାକାଶ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ ଆଉ ନାହାନ୍ତି

ମହାକାଶ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ ଆଉ ନାହାନ୍ତି

କେମ୍ବ୍ରିଜ୍‌ : ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ତଥା ମହାକାଶ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍‌ ହକିଙ୍ଗ୍‌ ୭୬ ବର୍ଷ ବୟସରେ ବୁଧବାର ସକାଳେ କେମ୍ବ୍ରିଜ୍‌ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି ଆମିୟୋ ଟ୍ରୋପିକ୍‌ ସ୍କେଲିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ବ୍ରିଟେନ୍‌ର ଅକ୍ସଫୋର୍ଡଠାରେ ଷ୍ଟିଫେନ୍‌ ଜନ୍ମଗ୍ରହଣ କରିଥିଲେ। ବ୍ଲାକ୍‌ ହୋଲ୍‌ ସମ୍ପର୍କରେ ତାଙ୍କର ଉଲ୍ଲେଖନୀୟ ଗବେଷଣା ମହାକାଶ ବିଜ୍ଞାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ବୈଜ୍ଞାନିକ ଆଇନ୍‌ ଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ ତଥା କ୍ୱାଣ୍ଟମ୍‌ ଫିଜିକ୍ସ୍‌ ଉପରେ ତାଙ୍କର ଗବେଷଣା ଉଚ୍ଚକୋଟୀର ଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର୩ ପୁତ୍ର ଲୁସି, ରୋବର୍ଟ ଏବଂ…

ଅଧିକ ଜାଣନ୍ତୁ

ଏବେ ଇରାନ ଏୟାରରେ ମଧ୍ୟ କାମ କରିବେ ମହିଳା ପାଇଲଟ

ଏବେ ଇରାନ ଏୟାରରେ ମଧ୍ୟ କାମ କରିବେ ମହିଳା ପାଇଲଟ

ତେହେରାନ/ ଇରାନ : ଇରାନ ଏୟାରରେ ମହିଳା ପାଇଲଟ ଯୋଗଦେବେ। ଏନେଇ ଇରାନ ଏୟାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ପାରମ୍ପରିକ ସାମାଜିକ ଚଳଣୀରେ ମହିଳାଙ୍କ ଉପରେ ଲାଗୁ କରାଯାଉଥିବା କଟକଣା ହ୍ରାସ ପାଇପାରିବ ବୋଲି ଇରାନ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଫ୍ରେଜାନେହ ଶରଫବାଫି ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ସରକାରୀ ତଥା ବେସରକାରୀ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମହିଳାଙ୍କୁ ନିଯୁକ୍ତି ଦିଆଯିବ ଦ୍ୱାରା ସମାଜରେ ଉଲ୍ଲେଖନୀୟ ପରିବର୍ତ୍ତନ ଅଣାଯାଇପାରିବ। ତେଣୁ ଇରାନ ସରକାର କେତେକ ନୂତନ ସଂସ୍କାର ପର୍ଯ୍ୟାୟକ୍ରମେ ଲାଗୁ କରୁଛନ୍ତି। Share this…FacebookGoogle+TwitterLinkedin

ଅଧିକ ଜାଣନ୍ତୁ

ଦୁବାଇରେ ଏକରୁ ଅଧିକ ପତ୍ନୀ ରଖିଲେ ମିଳିବ ପୁରସ୍କାର !

ଦୁବାଇରେ ଏକରୁ ଅଧିକ ପତ୍ନୀ ରଖିଲେ ମିଳିବ ପୁରସ୍କାର !

ନୂଆଦିଲ୍ଲୀ/ ୟୁଏଇ : ଭାରତ ସମେତ ଅନେକ ଦେଶରେ ୧ରୁ ଅଧିକ ପତ୍ନୀ ରଖିବା ବେଆଇନ ହୋଇଥାଏ । ମାତ୍ର ସଂଯୁକ୍ତ ଆରବ ଆମେରିକା (ୟୁଏଇ) ରେ ଦୁଇ ପତ୍ନୀ ରଖିଲେ ସରକାର ପୁରସ୍କାର ଦିଅନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଠାକାର ସରକାର ୧ରୁ ଅଧିକ ପତ୍ନୀ ରଖିଲେ ପ୍ରୋତ୍ସାହନ ରାଶି ରୂପରେ ଅତିରିକ୍ତ ଘର ଭଡା ଦେବାର ଘୋଷଣା କରିଛନ୍ତି । ପ୍ରକୃତରେ ଏହି ଦେଶରେ ଅବିବାହିତ ଯୁବତୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ ରଖି ସରକାର ଯୁବକମାନଙ୍କୁ ୧ରୁ ଅଧିକ ବିବାହ କରିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏପରି ଯୋଜନା କରିଛି । ୟୁଏଇ…

ଅଧିକ ଜାଣନ୍ତୁ
1 2