advertisement

ଏଆରସେଲ ବ୍ୟବହାରକାରୀ ଜାଣନ୍ତୁ କେମିତି କରିବେ ନମ୍ବର ପୋର୍ଟିଂ

ଭୁବନେଶ୍ୱର : ଆପଣ ଏଆରସେଲ ବ୍ୟବହାର କରୁଛନ୍ତି କି? ଯଦି ହଁ ତେବେ ଆପଣ ମଧ୍ୟ ନିଶ୍ଚିତ ନିଜ ନମ୍ବର ଅନ୍ୟ ନେଟୱର୍କ କୁ ଟ୍ରାନ୍ସଫର ଅଥବା ପୋର୍ଟିଂ କରାଇନେବା ଉଚିତ। ଆଜି କାଲି ଆମେ ସମସ୍ତେ ନିଜ ପ୍ରାଥମିକ ନମ୍ବର କୁ ଅନେକ ଜାଗାରେ ଦେଇଥାଉ, ଯେପରିକି ବ୍ୟାଙ୍କ, ଅନଲାଇନ କାରବାର, ଆଧାର କାର୍ଡ ଇତ୍ୟାଦି। ଯଦି ଆମେ ନିଜ ନମ୍ବର କୌଣସି କାରଣରୁ ହଜେଇ ଦେଉ ତେବେ ସେହି ନମ୍ବର ପାଇଁ ଅନେକ ପରିଶ୍ରମ କରି ଆଣିଥାଉ, ମାତ୍ର ଏବେ ପରିସ୍ଥିତି ଆହୁରି ଜଟିଳ। ଓଡ଼ିଶା ତଥା ଦେଶର ଏକ ବୃହତ ମୋବାଇଲ ନେଟୱର୍କ ସର୍ଭିସ ପ୍ରଦାନକାରୀ ସଂସ୍ଥା ବିନା କୋୖଣସି ପ୍ରାକ ସୂଚନାରେ ହାଠାତ୍ହ ନୁଜ ସେବା ବନ୍ଦ କରି ଦେଇଛି। ଯାହାଦ୍ୱାରା ଏଇ କିଛି ଦିନ ହେବ ଅନେକ ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କିପରି କରିବେ ପୋର୍ଟିଂ : ଯଦି ଆପଣଙ୍କ ନେଟୱର୍କ ଆସୁଛି ତେବେ ତୁରନ୍ତ “PORT” ଲେଖି 1909 କୁ ପଠାଇ ଦିଅନ୍ତୁ। କିଛି ସମୟ ଭିତରେ ଗୋଟଏ ମେସେଜ ଆସିବ କି ଆପଣ ସତରେ କଣ ପୋର୍ଟିଂ କରିବାକୁ ଚାହିଁଛନ୍ତି। ଆପଣ ହଁ ଲେଖନ୍ତୁ ଏବଂ UPC code ମେସେଜ ମାଧ୍ୟମରେ ଆସିଯିବ।

ଯଦି ଆପଣଙ୍କର ସିଗନାଲ ହିଁ ଆସୁନି ତେବେ ପ୍ରଥମେ ନିଜ ସିମର ପଛ ପଟରେ ଥିବା ନମ୍ବର କୁ ଲେଖି ରଖନ୍ତୁ। ଅଥବା ଏକ ଆପ୍ଲିକେସନ ଯାହାକି Play Store ରେ know  your sim number ନାଁରେ ଉପଲବ୍ଧ ସେଥିରେ ନିଜ ନମ୍ବର ଦେଇ ସିମର ନମ୍ବର ଜାଣନ୍ତୁ। ତାପରେ ଅନ୍ୟ କୌଣସି ନେଟୱର୍କରୁ ନିଜ ଟେଲିକମ ସର୍କଲ ଅନୁସାରେ ଏଆରସେଲ କଲ ସେଣ୍ଟର କୁ ଫୋନ କରନ୍ତୁ। ଯଦି ନମ୍ବର ଜଣା ନାହିଁ ତେବେ କଂପାନୀ ୱେବସାଇଟ ରେ ଦେଖନ୍ତୁ ଏବଂ ସେହି ନମ୍ବର କୁ କଲ କରି ସେଠାରେ ଆପଣ ଅଧିକାରୀ ଙ୍କୁ ନିଜ ଫୋନ ନମ୍ବର ତଥା ନିଜ ସିମର ଶେଷ ୫ ଅଙ୍କ କହିବାକୁ ହେବ। କିଛି ସମୟ ଭିତରେ ଅଧିକାର ଆପଣଙ୍କୁ UPC code ଦେବେ। ଏବେ ଆପଣଙ୍କୁ ଏହି କୋଡ଼ କୁ ଅନ୍ୟ ଅପରେଟର ଙ୍କୁ ଦେଖାଇ ତଥା ଆଧାର କାର୍ଡ ଲିଙ୍କ କରାଇ ନୂଆ ଫୋନ ସେବା ଆରମ୍ଭ କରି ପାରିବେ।

Leave a Reply

Your email address will not be published.

Loading...
Facebook Messenger for Wordpress