ଭୁବନେଶ୍ବର,୯/୬ : ଏଥର ରଜରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର “ଶିକାର” ର ଟ୍ରେଲର ରିଲିଜ୍ ହୋଇଛି l ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାର ପ୍ରିୟବ୍ରତ ପଣ୍ଡା, ମୁଖ୍ୟ ଅଭିନେତା ଅମ୍ଲାନ ଦାସ, ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ, ଅଙ୍କିତ ପ୍ରମୁଖ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଉପସ୍ଥିତ ରହି ଟ୍ରେଲର ରିଲିଜ୍ କରିଥିଲେ l କ୍ରାଇମ, ଥ୍ରୀଲର ସହିତ ଦମଡାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍ ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବା ପାଇଁ ସଜ ହୋଇସାରିଛି l
ରଜ ବଜାର ସବୁବେଳେ ଓଡ଼ିଆ ସିନେମା ତଥା ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥାଏ l କ୍ରାଇମ, ଆକ୍ସନ, ଥ୍ରୀଲରରେ ଭରା ଓଡ଼ିଆ ଚଳଚ୍ଚିତ୍ର ଶିକାରର ପ୍ରତି ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l ତେବେ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ପ୍ରସ୍ତୁତ ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ ଜବରଦସ୍ତ ଷ୍ଟାର କାଷ୍ଟ ଦେଖିବାକୁ ମିଳିବ l ଆକ୍ସନ ଷ୍ଟାର ଅମ୍ଲାନ, ଚୁଲବୁଲି ଏଲିନା ଏବଂ ନାୟିକା ସୁପ୍ରିୟା ଏବଂ ଅଙ୍କିତ ଭଳି କଳାକାର ରଜରେ ବେଶ ମନୋରଞ୍ଜନର ଖୋରାକ ଯୋଗାଇବେ l ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଛନ୍ତି l ବହୁ ଅଭିଜ୍ଞ ସିନେମାଟୋଗ୍ରାଫର ପ୍ରତାପ ରାଉତ ଚିତ୍ରତ୍ତୋଳନ ଦାୟିତ୍ୱ ନେଇଥିବା ବେଳେ ରାଜେଶ ଦାଶ ସମ୍ପାଦନା କରିଛନ୍ତି l ଟ୍ରେଣ୍ଡିଂ ମ୍ୟୁଜିକ ଡାଇରେକ୍ଟର ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ଅମ୍ଲାନଙ୍କ ଆକ୍ସନ ଏବଂ ଏଲିନାଙ୍କ ଓକିଲ ଭୂମିକା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ l ତେବେ ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁଙ୍କ ଏହି ଚଳଚ୍ଚିତ୍ର ରଜରେ ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ଏଥିରେ ସନ୍ଦେହ ନାହିଁ l












Leave a Reply