advertisement

ଚନ୍ଦାପଣ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଚନ୍ଦାପଣ ଯୋଗୁଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ

ଆପଣ ଚାହିଁଲେ ଘରେ ମଧ୍ୟ ନିଜ କେଶର ଯତ୍ନ ନେଇ ପାରିବେ, ତଥା ଝଡ଼ିଯାଉଥିବା କେଶ ସମସ୍ୟା କୁ ଦୂର କରି ପାରିବେ। କେଶ ଝାଡ଼ିବା ପାଇଁ ମୁଖ୍ୟତଃ ଆଜିକାଲିର ଜୀବନ ଶୈଳୀ ହିଁ ଦାୟୀ। ଉଚିତ ସମୟରେ ଖିଆପିଆ ଏବଂ ପୌଷ୍ଟିକ ଏହାର ନେବା ଦ୍ୱାରା ଆପଣ ନିଜ କେଶର ଯତ୍ନ ନେଇ ପାରିବେ।

ତେବେ ଆଜି ଯଦି ଆପଣ ନିଜ କେଶର ଯତ୍ନ ନେଇ ତାକୁ ଝଡ଼ିବାରୁ ରକ୍ଷା କରୁ ନାହାନ୍ତି ତେବେ ଝଡ଼ି ଗଲା ପରେ ପଶ୍ଚାତାପ କରିବା ସାର ହେବ । କେତେକ କ୍ଷେତ୍ରରେ ଏହା ଜିନ ଗତ କାରଣରୁ ହୋଇଥାଏ, ମାତ୍ର ସେହି କ୍ଷେତ୍ରରେ ମଧ୍ୟ ଯତ୍ନ ନେବା ନିତାନ୍ତ ଜରୁରୀ।

ଆମୋନିଆ ବିହିତ ରଙ୍ଗ ଲଗାଇବା କଣ ଆପଣଙ୍କ କେଶ ସମସ୍ୟାକୁ ଦୂର କରିପାରିବ। ନା, କେବେ ନୁହଁ । ଏହା ଦ୍ୱାରା କେଶର ସ୍ୱାସ୍ଥ୍ୟ ନଷ୍ଟ ହୋଇଥାଏ ଏବଂ କେଶର ମୂଳକୁ ଏଥିରୁ କ୍ଷତି ପହଞ୍ଚି ଥାଏ। ରଙ୍ଗ କରିବା ଆଦୌ ଉଚିତ ନୁହେଁ ତେବେ ନିତାନ୍ତ ଜରୁରୀ ଥିଲେ ଆପଣ ପ୍ରାକୃତିକ ମେହେନ୍ଦି ଲଗାଇ ପାରିବେ।

କେଶର ମୂଳରେ ଆପଣଙ୍କର ଅନେକ ମାତ୍ରାରେ ମଳି ଜମିବ ଦ୍ୱାରା ଏଥିରୁ ରୁପି ସମସ୍ୟା ସୃଷ୍ଟି ହୋଇଥାଏ। ରୁପି ଦ୍ୱାରା କେଶର ମୂଳ ବା ଅଗ୍ରଭାଗକୁ କ୍ଷତି ପହଂଚିଥାଏ। ତେଣୁ ନିୟମିତ କେଶକୁ ସଫା କରିବା ନିତାନ୍ତ ଆବଶ୍ୟକ। କେଶରେ କ୍ଲୋରିନ ଭାଗ ବଢିବା ନିହାତି ଚିନ୍ତାର ବିଷୟ। ଅମାନ ନିଜେ ଘରେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ବେକିଂ ସୋଡ଼ା କୁ ବ୍ୟବହାର କରି କେଶରୁ କ୍ଲୋରିନ ଭାଗ କମ୍‌ କରିପାରିବେ। ବେକିଂ ସୋଡା ଆପଣଙ୍କ କେଶ ପାଇଁ ନିହାତି ଉପକାରୀ। ଆପଣ ଏହାକୁ ନିଜର ଦୈନିକ ସମ୍ପୋରେ ମିଶ୍ରଣ କରି ବ୍ୟବହାର କରିପାରନ୍ତି। ଏହା କେଶକୁ ସଫା ରଖିବା ସହ ସୁସ୍ଥ ରଖିଥାଏ।

କେଶରେ ଅଧିକ ପରିମାଣର କ୍ଲୋରିନ୍‌ ହୋଇଗଲେ ଏହା କେଶକୁ ରୁକ୍ଷ କରିବା ସହ କେଶର ରଙ୍ଗ ବି ବଦଳାଇ ଦେଇଥାଏ। ବେକିଂ ସୋଡା କେଶକୁ ସାମ୍ପୋଠାରୁ ବି ଅଧିକ ସଫା କରିପାରେ। ଗୋଟାଏ ବୋତଲରେ ୧:୩ ଅନୁପାତରେ ପାଣି ସହ ବେକିଂ ସୋଡା ମିଶ୍ରଣ କରନ୍ତୁ। ଯଦି ଆପଣଙ୍କର ଅଧି କେଶ ତ ଟିକେ ଅଧିକ ବି ନେଇ ପାରନ୍ତି। ତାହାକୁ କେଶରେ ଲଗାଇ କେଶ ଧୁଅନ୍ତୁ। ଯଦି ଆପଣଙ୍କର ସୁଷ୍କ କେଶ ତେବେ ବେକିଂ ସୋଡ଼ା ଲଗାଇ ଗରମ ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

Tag: Home remedies for hairfall treatment, Use Bakingsoda to stop hairfall and dandruff problems, treat hairloss at home. use amonia free color is safe, hair regrowth, baldness problems impact normal life, stress will cause hair fall, life style affects hair problems