advertisement

ଆସନ୍ତୁ ଜାଣିବା କଞ୍ଚା ଲଙ୍କା ର ଉପକାରିତା

କଞ୍ଚା ଲଙ୍କା ପ୍ରାୟ ଆମେ ସମସ୍ତେ ଖାଇଥାଉ କିନ୍ତୁ ଆପଣ କଣ ଜାଣିଛନ୍ତି ତାର ଉପକାରିତା

କଞ୍ଚା ଲଙ୍କାରେ ବହୁ ପ୍ରକାର ପୋଷକ ତତ୍ତ୍ୱ ଥାଏ । ଏଥିରେ ଭିଟାମିନ୍ ଏ, ବି୬, ସି, ଆଇରନ, କପର, ପୋଟାସିୟମ, ପ୍ରୋଟିନ ଓ କାବ୍ରୋହାଇଡ୍ରେଟ ଭରପୁର ମାତ୍ରାରେ ଥାଏ । ଏହା ବ୍ୟତୀତ ଏଥିରେ ବିଟା କେରୋଟିନ, କ୍ରିପ୍ଟୋକ୍ସାନିଥନ, ଲୁଟେନ-ଜକ୍ସନିଥନ ଆଦି ସ୍ୱାସ୍ଥ୍ୟବର୍ଦ୍ଧକ ତତ୍ତ୍ୱ ରହିଥାଏ । ଏମିତିରି ସାଧାରଣତଃ ଏହାର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରାଯାଏ ।

ମାତ୍ର ବହୁ ଗବେଷଣାରୁ ଜଣା ପଡିଛି ଯେ, କଞ୍ଚା ଲଙ୍କା ଖାଇଲେ ବହୁ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ। ବହୁତ ଲୋକ ଏହା ଜଣାନଥାଏ ଯେ, କଞ୍ଚା ଲଙ୍କା ଡାଇଟେରି ଫାଇବରରେ ଭରପୁର ଥାଏ । ଯାହା ସୁସ୍ଥ ପାଚନ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ଡାଇବେଟିସରେ ପୀଡିତ ଲୋକଙ୍କୁ ନିଜ ଖାଦ୍ୟରେ କଞ୍ଚା ଲଙ୍କା ଅବଶ୍ୟ ଖାଇବା ଉଚିତ୍ । ଏହା ଉଚ୍ଚ ଶୁଗାର ମାତ୍ରାକୁ କମ କରିବାରେ ତଥା ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ।

Tag: benefits of green chilly, indian green chilly, green chilly helps to cure diabetes

Loading...
Facebook Messenger for Wordpress