advertisement

ଏବେ ଜାଣନ୍ତୁ କେଉଁ ସବୁ ଔଷଧିୟ ଗୁଣ ଅଛି ଅଦାରେ

ଆୟୁର୍ବେଦ : ଥଣ୍ଡା ଓ ସର୍ଦ୍ଦି ହୋଇଥିଲେ ଅଦାରସ ସକାଳେ ଏକ ଚାମଚ ଓ ସଂଧ୍ୟାରେ ଏକ ଚାମଚ ସେବନ କରନ୍ତୁ ଓ ଅଦାକୁ ଚା’ରେ ପକାଇ ପିଅନ୍ତୁ । ଅଜୀର୍ଣ୍ଣ ହୋଇଥିଲେ ଖଣ୍ଡେ ଅଦା ଛେଚି ତା’ ସହିତ ଆଠ/ଦଶ ଟୋପା ଲେମ୍ବୁରସ ମିଶାଇ ଅଳ୍ପ ଟିକିଏ ସୈନ୍ଧବ ଲବଣ ପକାଇ ସକାଳେ ଥରେ ସଂଧ୍ୟାରେ ଥରେ ଖାଇ ଥଣ୍ଡା ପାଣି ପିଇଲେ ୨/୪ ଦିନରେ ଅଜୀର୍ଣ୍ଣ ଦୂର ହୋଇଥାଏ । ପକ୍ଷଘାତ ରୋଗ ଥିଲେ ୨୫ ଗ୍ରାମ୍ ଶୁଣ୍ଠି ଗୁଣ୍ଡ ସାଙ୍ଗରେ ୨ ଗ୍ରାମ୍ ମହୁ ମଶ। ଇ ସକାଳେ ଓ ସଂଧ୍ୟାରେ ଚାଟିକରି କିଛି ଦିନ ଖାଆନ୍ତୁ। ପେଟଦରଜହେଲେ ଶୁଣ୍ଠି, ହେଙ୍ଗୁ ଓ ଗୋଲମରିଚ ୨ଗ୍ରାମ୍ ନେଇ ଭଲ ଭାବରେ ମିଶାଇ ପେଶି ଦିଅ । ସେହି ଚୂର୍ଣ୍ଣକୁ ଦିନରେ ୨ ଥର ସେବନ କର । ସାମାନ୍ୟ ଉଷୁମ ପାଣି ପିଇପାରନ୍ତି। କାନରେ ପୂଜ ଓ ଯନ୍ତ୍ରଣା ହେଉଥିଲେ ଅଦାକୁ ଛେଚି ରସ ବାହାର କରି ଗରମ କରି ସାମାନ୍ୟ ଗରମ ଥିବା ବେଳେ ୨/୪ବୁନ୍ଦା ପକାଇ ଦେଖନ୍ତୁ । ସାମାନ୍ୟ ଉପଶମ ପାଇପାରନ୍ତି । କାମଳ ରୋଗ ହୋଇଥିଲେ ଅଦା, ତ୍ରିଫଳା, ଶୁଣ୍ଠି, ଗୋଲମରିଚ, ପିପଳି ସମପରିମାଣରେ ଚୂର୍ଣ୍ଣ କରିବ । ତା’ପରେ ସମପରିମାଣରେ ଗୁଡ ମିଶାଇ ସେହି ଚୂର୍ଣ୍ଣ ୧୦ ଗ୍ରାମ୍ କରି ଗରମ ପାଣି ସହିତ ଦିନକୁ ୨ ଥର ସେବନ କଲେ କାମଳରୋଗ ଭଲ ହେବ।

ଧଇଁରୋଗ ପାଇଁ ଅଦାରସ ଓ ମହୁ ତିରିଶି ଗ୍ରାମ୍ ଏକତ୍ର ମିଶାଇ ଅଳ୍ପ ଗରମ କରି ଦିନକୁ ୨ଥର ସେବନ କଲେ ଧଇଁକାଶ ଆରୋଗ୍ୟ ହେବ। ଜଳଉଦରୀ ରୋଗ ହୋଇଥିଲେ ୫୦ ଗ୍ରାମ୍ ଅଦାକୁ ଛେଚି ରସ ବାହାର କରି ମିଶ୍ରି ସହିତ ମିଶାଇ ସକାଳେ ଓ ସଂଧ୍ୟାରେ ସେବନ କରିବ । ନିୟମିତ କିଛିଦିନ କଲେ ଜଳଉଦରୀ ଭଲ ହେବ । ପେଟ ଦରଜ ହୋଇଥିଲେ ଗରମ କ୍ଷୀର ସହିତ ୫ ଗ୍ରାମ୍ ଅଦାରସ ମିଶାଇ ଚା’ ପିଲା ପରି ୪/୫ ଘଣ୍ଟା ଅନ୍ତରରେ ସେବନ କଲେ ପେଟ ଦରଜ ଭଲ ହେବ । କୃମି ରୋଗ ହୋଇଥିଲେ ୧୦ ଗ୍ରାମ୍ ଅଦା ରସ, ରସୁଣ କଳାଲୁଣକୁ ଆଖୁ ରସରେମିଶାଇଦିନକୁ ତିନି ଥର କରି ୨/୪ ଦିନ ସେବନ କଲେ କୃମି ନାଶ ହେବ । ପରିସ୍ରା ବନ୍ଦ ବା ଅଟକି ଯାଉଥିଲେ ଶୁଣ୍ଠିକୁ ଗୁଣ୍ଡ କରି କନାରେ ଛାଣିଦେବ । ଅଦାରସ ଓ ଗରମ ପାଣିକୁ ସାମାନ୍ୟ ଲୁଣ ସଙ୍ଗରେମିଶାଇଦିନକୁ ୨ ଥର ପିଇଲେ ଦିନେ ଦୁଇଦିନ ପରେ ସମ୍ପସର୍ଣ୍ଣ ସୁସ୍ଥ ହୋଇଯିବ । ପରିସ୍ରାରେ ରକ୍ତ ପଡିଲେ ଗରମ କ୍ଷୀର ୨୫୦ ଗ୍ରାମ ସହିତ ଶୁଣ୍ଠି ଚୂନ ମିଶ୍ରି ପକାଇ ଦିନରେ ଥରେ ହିସାବରେ ୭ ଦିନ ପାନ କଲେପରିସ୍ରାରେ ରକ୍ତ ପଡିବା ବନ୍ଦ ହୋଇଯିବ ।

 

Tag: Ayurvedic Medicinal plant ginger www.odishaupdate.com

Loading...
Facebook Messenger for Wordpress