advertisement

ବହୁ ସମସ୍ୟାର ସମାଧାନ ଦେଉଥିବା ‘ଲାଲ୍‌ କିତାବ’ ବିଷୟରେ କିଛି ଅଜଣା କଥା

ସାମୁଦ୍ରିକ ଶାସ୍ତ୍ରକୁ ଆଧାର କରି ଊନବିଂଶ ଶତାବ୍ଦୀରେ ଜ୍ୟୋତିଷି ଓ ହସ୍ତରେଖା ଉପରେ ଲିଖିତ ‘ଲାଲ୍‌ କିତାବ’ ହେଉଛି ୫ ଟି ଉର୍ଦ୍ଦୁ ବହିର ଗୋଟିଏ ସେଟ୍‌ । ଜନ୍ମ ଜାତକରେ ଥିବା ବିଭିନ୍ନ ପ୍ରକାର ଗ୍ରହ ଚଳନ ଜନିତ ପୀଡ଼ାର ନିରାକରଣ ନିମନ୍ତେ ଏଥିରେ ସରଳ ପ୍ରତିକାର ରହିଛି। ଦୈନନ୍ଦିନ ଜୀବନରେ ଉପୁଜୁ ଥିବା ନାନା ସମସ୍ୟା ସମାଧାନ କରିବାରେ ଏହି ପୁସ୍ତକ ସହାୟକ ବୋଲି ଏହାକୁ ଅନୁସରଣ କରୁଥିବା ଲୋକେ କହନ୍ତି।

୧-‘ଲାଲ୍‌ କିତାବ’ର ପ୍ରକୃତ ଲେଖକ ଙ୍କ ନାମ ଏବେ ବି ଅଜ୍ଞାତ । ଏବେ ମିଳୁଥିବା ପୁସ୍ତକ ୧୯୩୯ରୁ ୧୯୫୨ ମଧ୍ୟରେ ରଚନା କରିଥିଲେ ପଣ୍ଡିତ ରୂପଚାନ୍ଦ ଯୋଶୀ ।
୨-‘ଲାଲ୍‌ କିତାବ’ ନାଁ’ରେ ଶୁଭାଶୁଭ କାରଣ ନିହିତ। ହିନ୍ଦୁ ଧର୍ମରେ ଲାଲ୍‌ ରଙ୍ଗକୁ ଶୁଭଙ୍କର ମନାଯାଏ ଏବଂ ଏହା ଗଣେଶ ଏବଂ ଲକ୍ଷ୍ମୀଙ୍କର ସଙ୍କେତ ।
୩-କୁହାଯାଏ ଲଙ୍କେଶ ରାବଣଙ୍କର ଥିଲା ‘ଲାଲ୍‌ କିତାବ’ରେ ଖୁବ୍‌ ଆଗ୍ରହ ।
୪-କେତେକ ବିଶ୍ୱାସ କରନ୍ତି ‘ଲାଲ୍‌ କିତାବ’ ଆରବ ଓ ଇସ୍‌ଲାମ୍‌ ସଂସ୍କୃତିର ଏକ ଅଂଶ ବିଶେଷ ଏବଂ ଏହା ପାରସ୍ୟରୁ ସୃଷ୍ଟି। ତେଣୁ ଏହାକୁ ‘ପାରସ୍ୟର ଲାଲ୍‌ ବହି’ କହନ୍ତି ।
୫-‘ଲାଲ୍‌ କିତାବ’ ଜ୍ୟୋତିଷି ପ୍ରତିକାର ପାଇଁ ପୂଜା, ହୋମ ଏବଂ ମନ୍ତ୍ର ଉଚ୍ଚାରଣ, ରତ୍ନ ପଥର ପରିଧାନ ଆଦି ଉପଦେଶ ଦିଏ ନାହିଁ ।
୬-‘ଲାଲ୍‌ କିତାବ’ ଉଭୟ ଭାରତ ଏବଂ ପାକିସ୍ତାନରେ ଜନପ୍ରିୟ । ଏଥିରେ ବର୍ଣ୍ଣିତ ଅନେକ ଜ୍ୟୋତିଷି ପ୍ରତିକାର ଦୈନନ୍ଦିନ ଜୀବନର ସଂସ୍କୃତି ପାଲଟି ଯାଇଛି ଯଥା: ଗୋରୁଙ୍କୁ ଘାସ ଖୋଇବା, ନଈପାରି ହେବାବେଳେ ପାଣିକୁ ମୁଦ୍ରା ପକାଇବା, କୁକୁରକୁ ଆହାର ଦେବା ଏବଂ ଅନୂଢ଼ାମାନଙ୍କୁ ଭୋଜନ ଦେବା ।
Tag: lalkitab, home remedies, astrology
Loading...
Facebook Messenger for Wordpress