advertisement

ଏପ୍ରିଲ ୧ରୁ ଦେଶରେ ଲାଗୁ ହେଉଛି ଇ-ୱେ ବିଲ୍‌

ନୂଆଦିଲ୍ଲୀ: ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ୧ରୁ ସାରା ଦେଶରେ ଇ-ୱେ ବିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଟିକସ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ଆସିବ ଏବଂ ସରକାରଙ୍କ ଟିକସ ରାଜସ୍ୱ ବଢିବ। ଏନେଇ ଘୋଷଣା ହୋଇଥିଲେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ବିଳମ୍ଭ ଘଟିଥିଲା, ଏବେ ଏହା ଏପ୍ରିଲ ପହିଲାରୁ ଲାଗୁ ହେବା ନେଇ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ ୱେ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ହୋଇଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ ତେବେ ଇ-ୱେ ବିଲ୍‌ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ) ଦାଖଲ କରିଇ-ୱେ ବିଲ୍‌ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ସେ ସମୟରେ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଆରମ୍ଭ କରାଯିବା ପାଇଁ ପୁନଃ ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ସେ ସମୟରେ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଆସନ୍ତା ରବିବାର ଏପ୍ରିଲ ୧ରୁ ଏହା ଆରମ୍ଭ ହେବାକୁ ଯାଉଛି ।

 

Tag: e-way bill from this april 1st in India, GST, Way Bill

Loading...
Facebook Messenger for Wordpress