advertisement

ଭଦ୍ରକ ଚରମ୍ପା ରେ କ୍ରମାଗତ ଦୁର୍ଘଟଣା

ଭଦ୍ରକ :

ଆଜି ସକାଳେ ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ନିକଟରେ ଥିବା ଧାମରା ରେଳ ଓଭରବ୍ରୀଜ ତଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମଧ୍ୟରେ ଜଣେ ଟ୍ରକ ଚାଳକ ଏବଂ ଅନ୍ୟ ଜଣେ ଚେକିଂ କରୁଥିବା କନେଷ୍ଟବଳ ଅଟନ୍ତି ।

ସୂଚନା ମୁତାବକ ଚରମ୍ପା ମହାବିଦ୍ୟାଳୟ ନିକଟରେ ଥିବା ରେଳ ଓଭରବ୍ରିଜ ତଳେ ରାଜ୍ୟ ପରିବହନ ନିଗମ ତରଫରୁ ପ୍ରାୟ ସବୁଦିନ ଯାତାୟାତ କରୁଥିବା ଯାନବାହନ କୁ ଚେକିଙ୍ଗ କରାଯାଇଥାଏ। ତେବେ ଆଜି ସକାଳେ ଚେକିଙ୍ଗ ଚାଲୁଥିବା ସମୟରେ ପ୍ରଥମେ ଗୋଟିଏ ଟ୍ରକକୁ ଉପସ୍ଥିତ ପରିବହନ ନିଗମ ଅଧିକାରୀ ଏବଂ କନେଷ୍ଟବଳ ଅଟକାଇଥିଲେ। ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ ହଠାତ ଅଟକି ନପାରି ନିଜ ଭାରସାମ୍ୟ ହରାଇଥିଲା ଏବଂ ଓଲଟି ଯାଇଥିଲା। କ୍ରମାଗତ ଭାବେ ପଛରୁ ଆସୁଥିବା ଅନ୍ୟ କିଛି ଗାଡ଼ି ମଧ୍ୟ ହଠାତ ନିୟନ୍ତ୍ରଣ ରଖି ପରି ନଥିଲେ। ଏହି ଘଟଣା ଯୋଗୁଁ କିଛି ଗାଡ଼ି ଚଳକଙ୍କ ସମେତ ଉପସ୍ଥିତ କନେଷ୍ଟବଳ ମଧ୍ୟ ପ୍ରାଣ ହରାଇଛନ୍ତି।

ଏହି ଘଟଣା ପରେ ସେଠାରେ ବହୁ ମାତ୍ରାରେ ଲୋକମାନେ ଉପସ୍ଥିତ ହୋଇଥିଲେ ଏବଂ ଜନ ଅସନ୍ତୋଷ ଦେଖା ଦେଇଥିଲା। ପରେ ସେଠାରେ ଭଦ୍ରକ ଜିଲ୍ଲା ଏସପି ଏବଂ ଟାଉନ ଥାନା ଆଇଆଇସି ଙ୍କ ସହିତ ଅନ୍ୟ ଆରକ୍ଷୀ ବାହିନୀ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରିବା ସହ ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲେ।

Tag: serial accident in national highway near charampa Railway overbridge

Loading...
Facebook Messenger for Wordpress