advertisement

ସୋସିଆଲ ମିଡ଼ିଆରେ ଅଧିକ ସମୟ କାଟୁଛନ୍ତି – ଏବେ ସୋସିଆଲ ମିଡ଼ିଆ ରେ ଗଢ଼ନ୍ତୁ କ୍ୟାରିଅର

ଯେତିକି ଦ୍ରୁତ ଗତିରେ ସୋସିଆଲ୍ ମିଡିଆ ଆମମାନଙ୍କ ଜୀବନରେ ପ୍ରସାର ଲାଭ କରୁଛି ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମଧ୍ୟ ସେତେମାତ୍ରାରେ ବଢିବାରେ ଲାଗିଛି । ଆଜି ସୋସିଆଲ ମିଡ଼ିଆ ବଡ଼ ବଡ଼ କମ୍ପାନୀ ମାନଙ୍କୁ ମଧ୍ୟ ବିଜ୍ଞାପନ ଦେବା ଲାଗି ଆବଶ୍ୟକତା ବୋଧ କରାଉଛି।

ଏହି କ୍ଷେତ୍ରରେ ଏବେ ଆପଣ ସଫଳ ଭାବେ ନିଜ କ୍ୟାରିଅର ଗଢ଼ି ପାରିବେ।
ତେବେ ଆସନ୍ତୁ ଜାଣିବା କେଉଁ ଭଳି ସୁଜିଗ ସବୁ ଅଛି ଏହୂ କ୍ଷେତ୍ରରେ।

ବ୍ଲଗର: ଆପଣ ଜଣେ ପ୍ରଫେସନାଲ୍ ବ୍ଲଗର ଭାବରେ କ୍ୟାରିୟର ଆରମ୍ଭ କରିପାରିବେ ।

ଏସ୍ଇଓ ଏକ୍ସପର୍ଟ: ଜଣେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ୍ ଏକ୍ସପର୍ଟ(ଏସଇଓ) କୌଣସି ସଂସ୍ଥାନର ସୋସିଆଲ୍ ମିଡିଆ ଷ୍ଟ୍ରାଟେଜୀ ଉପରେ କାମ କରିଥାନ୍ତି । ଫଳରେ ଏହାର ଭିଜିବିଲିଟୀ ବୃଦ୍ଧି କରାଯାଇ ପାରିଥାଏ । ଏଥିପାଇଁ ଏସ୍ଇଓ ବିଶେଷଜ୍ଞଙ୍କ ଆବଶ୍ୟକତା ପଡିଥାଏ ।

ସାଇଟ୍ ଟ୍ରାଫିକ୍ ପ୍ଲାନର: ଏମାନେ ସୋସିଆଲ୍ ମିଡିଆରେ ଅଧିକ ଟ୍ରାଫିକ୍ କେଉଁଠାରେ ଉପଲବ୍ଧ ତାହା ଉପରେ ରିସର୍ଚ୍ଚ କରିଥାନ୍ତି । ଏମାନଙ୍କ କାମ ହେଉଛି କଣ୍ଟେ

ଅନଲାଇନ୍ ଫରେନ୍ସିକ୍ ଏକ୍ସପର୍ଟ: ଏବେ ଆମ ସମାଜରେ ସାଇବର ଅପରାଧ ବଢିବାରେ ଲାଗିଛି । ଫଳରେ ଏହି କ୍ଷେତ୍ରରେ ଡିଜିଟାଲ୍ ଫରେନସିକ୍ ଏକ୍ସପର୍ଟ କିମ୍ବା ଅନଲାଇନ୍ ଫରେନସିକ୍ ଏକ୍ସପର୍ଟଙ୍କ ଚାହିଦା ବୃଦ୍ଧି ପାଉଛି ।

ଡ଼ିଜିଟାଲ୍ ମାର୍କେଟିଙ୍ଗ୍ ଏକ୍ସପର୍ଟ: ଏଠାରେ କମ୍ପାନୀର ପ୍ରଡକ୍ଟକୁ ଅନଲାଇନ୍
ମର୍କେଟିଙ୍ଗ୍ ପାଇଁ ଷ୍ଟ୍ରାଟେଜୀ ବିକଶିତ କରିବା, ୱେବ୍ ଆନାଲିଟିକ୍ସ, ଇ-ମେଲ୍ ମାର୍କେଟିଙ୍ଗ୍ ଓ ସର୍ଚ୍ଚ ଅପ୍ଟିମାଇଜେସନ୍ ପରି ଟେକନିକ୍ ସହିତ କାମ କରିବାକୁ ହୋଇଥାଏ ।

ସୋସିଆଲ୍ ମିଡିଆ କଣ୍ଟେଣ୍ଟ ରାଇଟର: ଏମାନେ କୌଣସି ଗ୍ରାହକ କିମ୍ବା କମ୍ପାନୀର ଅଫିସିଆଲ୍ ୱେବ୍ ସାଇଟ ରେ ବିଭିନ୍ନ ସୂଚନା ଅପଡେଟ୍ କରିଥାନ୍ତି ।

ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ମଧ୍ୟ ଅଛି ଯେଉଁଥିରୁ କି ଆପଣ ଏ ସମ୍ପର୍କରେ ଅଧିକ ଜାଣି ପାରିବେ।

Tag : career in social media

Loading...
Facebook Messenger for Wordpress