advertisement

ବିଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟସିଟିରେ ଭୁବନେଶ୍ୱର, ଏକମାତ୍ର ଭାରତୀୟ ସହର

ଭୁବନେଶ୍ୱର: ୨୦୧୬ରେ ଶ୍ରେଷ୍ଠ ଭାରତୀୟ ସହର ତାଲିକାରେ ସ୍ଥାନ ପାଇବା ପରେ ଏବେ ୨୦୧୭ ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଏକମାତ୍ର ଭାରତୀୟ ସହର ଭାବେ ଭୁବନେଶ୍ୱର ସ୍ଥାନ ପାଇଛି । ଆନ୍ତର୍ଜାତିକ ସ୍ତରର ବଜାର ସମୀକ୍ଷକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ଜନଜୀବନ, ଉତ୍ପାଦନ ନିପୁଣତା, ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରୟୋଗ ପ୍ରଭୃତି ଦିଗ ଉପରେ ବିଶ୍ଲେଷଣ କରି ତାଲିକା ପ୍ରସ୍ତୁତ କରିଛନ୍ତି । ସୁରକ୍ଷିତ ସହର ତାଲିକାରେ ଭୁବନେଶ୍ୱର ତ୍ରୟୋଦଶ ସ୍ଥାନରେ ଅଛି । ସ୍ୱାସ୍ଥ୍ୟ ଓ ଉତ୍ପାଦନ ନିପୁଣତା ତାଲିକାରେ ବିଂଶତମ ସ୍ଥାନରେ ଅଛି ।

ସମଗ୍ର ଚାରିଟି ଯାକ ତାଲିକାରେ ସିଙ୍ଗାପୁର ଶୀର୍ଷରେ ଥିବାବେଳେ ସାନ ଫ୍ରାନ୍ସିସକୋ ଓ ଲଣ୍ଡନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛି । ସ୍ୱାସ୍ଥ୍ୟ ପର୍ଯ୍ୟାୟରେ ସିଓଲ ଓ ଲଣ୍ଡନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ତାଲିକାରେ ଅଛନ୍ତି । ସୁରକ୍ଷିତ ଜନଜୀବନ ତାଲିକାରେ ନ୍ୟୁୟର୍କ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ମାର୍ଟସିଟି ତାଲିକାରେ ଚିକାଗୋ ତୃତୀୟରେ ଅଛି ।

Leave a Reply

Your email address will not be published.

Loading...
Facebook Messenger for Wordpress