advertisement

୫୦୦ ବର୍ଷ ତଳ ପୁରୁଣା ଅଭିଶପ୍ତ ବରଗଛ

ପଞ୍ଜାବ : ପଞ୍ଜାବର ଫତେହଗଡ ସାହିବ ଜିଲ୍ଲାର ଚରୋଟି କଲାଂ ଗ୍ରାମରେ ଏପରି ଏକ ବରଗଛ ରହିଛି ଯାହାକୁ ଲୋକେ ମୃତ୍ୟୁର ଗଛ ବୋଲି କହିଥାନ୍ତି । କାରଣ ସେଠାରେ ରହୁଥିବା ଲୋକମାନଙ୍କ କହିବା ଅନୁଯାୟୀ,ଏହି ଗଛର ଚେର ନିକଟସ୍ଥ ଯେଉଁ ବ୍ୟକ୍ତିଙ୍କ ଚାଷଜମିକୁ ମାଡି ଯାଇଛି । ସେହି ଚାଷଜମି ତାଙ୍କ ପାଇଁ ଅକାମି ହୋଇଯାଉଛି । ଯଦି କୌଣସି ବ୍ୟକ୍ତି ଏହି ଗଛର ଶାଖାକୁ କାଟିଥାଏ ତେବେ ତାହାର କିମ୍ବା ତା ପରିବାରର କୌଣସି ନା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହି ବରଗଛଟି ପାଖାପାଖି ୫୦୦ ବର୍ଷ ତଳ ପୁରୁଣା ଗଛ । ଗ୍ରାମବାସୀଙ୍କ ମତରେ ୫୦୦ ବର୍ଷ ତଳେ ଏଠାକୁ ଜଣେ ସନ୍ଥ ଆସିଥିଲେ । ସନ୍ତାନପ୍ରାପ୍ତି ଆଶାୟୀ ସ୍ଥାନୀୟ ଜଣେ କୃଷକପତ୍ନୀଙ୍କୁ ସାଧୁଜଣଙ୍କ କିଛି ଖାଇବାକୁ ଦେଇଥିଲେ । ତେବେ କୃଷକଙ୍କ ପତ୍ନୀ ଏହାକୁ ନ ଖାଇ ମାଟିରେ ପୋତି ଦେଇଥିଲେ । ତା’ପରେ ସେହି ସ୍ଥାନରୁ ଏକ ବିରାଟ ବରଗଛ ଜନ୍ମ ନେଇଥିଲା ।

Tags: 500 years old banyan tree

Loading...
Facebook Messenger for Wordpress