advertisement

ମାର୍ଚ୍ଚ ୨୨ ତାରିଖ ବିଶ୍ୱ ଜଳ ଦିବସ : ବାଙ୍ଗାଲୋର ହୋଇପାରେ ଜଳଶୁନ୍ୟ

ନୂଆଦିଲ୍ଲୀ : ଜଳ କୁ ଜୀବନ ସହ ତୁଳନା କରାଯାଇଛି ଏବଂ କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ । ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ବା ଓ୍ବାର୍ଲଡ ଓ୍ବାଟର ଡେ ଭାବେ ପାଳନ କରାଯାଉଛି। ହେଲେ ସାରା ବିଶ୍ୱରେ ଏବେ ଦେଖା ଦେଇଥିବା ଜଳ ସଙ୍କଟ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ବିଶ୍ୱର ପାଖାପାଖି ୨ଶହ ସହର ଗମ୍ଭୀର ଜଳ ସଙ୍କଟର ସାମ୍ନା କରିବ ବୋଲି ଜଣାପଡିଛି। ବାଙ୍ଗାଲୋର ଏହି ‘ଜିରୋ ଡେ’ ଅଭିମୁଖେ ଯାତ୍ରା କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଗ୍ରୀନ ଥିଙ୍କ ଟାଙ୍କ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନୋମେଣ୍ଟ(ସିଏସ୍‌ଇ) ଦ୍ୱାରା ପ୍ରକାଶିତ ଏକ ପତ୍ରିକା ‘ଡାଉନ୍‌ ଟୁ ଆର୍ଥ’ ରିପୋର୍ଟ ଅନୁଯାୟୀ ବାଙ୍ଗାଲୋର ଆଗାମୀ ଦିନରେ କେପ୍‌ ଟାଉନ୍‌ ଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ବୋଲି ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ଆଫ୍ରିକାର ଏକ ଧନୀ ସହର କେପ୍‌ ଟାଉନ୍‌ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଏଠାରେ ଜିରୋ ଡେ ଘୋଷଣା ହେବା ପରେ ଲୋକେ ପାଣିର ବ୍ୟବହାରକୁ ନେଇ ସତର୍କ ହୋଇ ଯାଇଥାନ୍ତି। ବେଶ କିଛି ବର୍ଷ ହେବ କେପ୍‌ ଟାଉନର ଏହି ପରିସ୍ଥିତି ଏବେ ଆମ ଦେଶର ବମ୍ବେ ଓ ବାଙ୍ଗାଲୋରରେ ଦେଖିବାକୁ ମିଳିଛି। ମାର୍ଚ୍ଚ ମାସରୁ ପାଣି ପାଇପ ଶୁଖିଯିବା ସହ ଜନସାଧାରଣଙ୍କୁ ପାଣିର ବ୍ୟବହାରକୁ ନେଇ ସତର୍କ ସୂଚନା ଜାରି କରାଯାଉଛି। ତେଣୁ ଭବିଷ୍ୟତରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଏବେଠାରୁ ସତର୍କ ହେବା ଜରୁରୀ। ଜଳ ର ନଷ୍ଟ ରୋକିବା ସହିତ କିପରି ପ୍ରାକୃତିକ ଜଳ ଭଣ୍ଡାର ଅଧିକ ସଂଖ୍ୟାରେ ହୋଇ ପାରିବ, ତଥା ବୃଷ୍ଟି ଜଳ ସଂରକ୍ଷଣ ଏବଂ ଭୂତଳ ଜଳର ଦୁରୂପଯୋଗ ନକରିବା ପାଇଁ ପରିବେଶବିତ ମାନେ ଚିନ୍ତା ର ସହ ପ୍ରକାଶ କରିଛନ୍ତି।

 

Tag : world water day March 20, BANGALORE TOWARDS ZERO DAY, WATER CONSERVATION, WATER TREATMENT RECYCLING