advertisement

ବିଜେଡ଼ି ଦଳରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡି ଦଳରୁ ନିଲମ୍ବିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡା ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ଏଠି ନେଇ ସେ ସୋମବାର ୩ ପୃଷ୍ଠା ବିଶିଷ୍ଟ ଏକ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଜେଡି ଦଳ ପକ୍ଷରୁ ତାଙ୍କ ପାଇଁ ଅନେକ କଟକଣା ଜାରି ଆଗରୁ ହୋଇ ସାରିଛି । ବୈଜୟନ୍ତ ଦଳରେ ରହି ଦଳବିରୋଧୀ କାମ କରୁଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ସେ ବିଜେପି ଦଳ ତରଫରୁ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଗଣମାଧ୍ୟମ ରେ ଚର୍ଚା ହୋଇ ସାରିଛି । ଏନେଇ ପ୍ରଥମେ ତାଙ୍କୁ ସଂସଦୀୟ ମୁଖପାତ୍ର ପଦରୁ ବିଦା କରାଯାଇଥିଲା। ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ନିକଟରେ ତାଙ୍କ ପିତା ତଥା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ବିୟୋଗ ହୋଇଥିଲା। ବଂଶୀଧରଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ଅନ୍ୟ କେହି ନେତା ଯାଇ ନ ଥିଲେ, ଯାହାକୁ ନେଇ ବୈଜୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।ବୈଜୟନ୍ତ ନିଜ ଏମ୍‌ପି ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜାଣିବାକୁ ମିଳିଛି। ପିତାଙ୍କ ଦଶାହ ଏବଂ ଅନ୍ୟାନ୍ୟ କ୍ରିୟାକର୍ମ ସରିବା ପରେ ସେ ଏନେଇ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି।

 

Tag : Baijayant Panda Resigns from BJD