advertisement

ଖିଲାଡ଼ି ଅକ୍ଷୟଙ୍କ ଫିଟନେସ୍ ଫର୍ମୁଲା

ମୁମ୍ବାଇ : ଅକ୍ଷୟ କୁମାରଙ୍କୁ ବଲିଉଡର ସବୁଠୁ ଫିଟ୍ ଅଭିନେତା ଭାବେ ଗ୍ରହଣ କରାଯାଏ । ତେବେ ଖିଲାଡ଼ି ଅକ୍ଷୟ କୁମାର ଗତ ବର୍ଷ ୯ ସେପ୍ଟେମ୍ବରକୁ ୫୦ ବର୍ଷରେ ପଦାର୍ପଣ କଲେ । ଏତେ ବୟସରେ ମଧ୍ୟ ସେ ଜଣେ ଯୁବକଙ୍କ ପରି ଫିଟ୍ ଅଛନ୍ତି । ତେବେ ସବୁବେଳେ ଫିଟ୍ ରହିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ସେ ବହୁ ନିୟମ ପାଳନ କରନ୍ତି । ସେ ସବୁଦିନ ସକାଳ ୪.୩୦ରେ ଉଠନ୍ତି । ପ୍ରାୟ ଏକଘଣ୍ଟା ସୁଇମିଂ ପୁଲରେ ପହଁରନ୍ତି ଓ ଏକ ଘଣ୍ଟା ମର୍ସାଲାଟ କରନ୍ତି । ପ୍ରତିଦିନ ଯୋଗ ଓ ଷ୍ଟ୍ରେଚିଙ୍ଗ ସହ ଏକ ଘଣ୍ଟା ପ୍ରାର୍ଥନା କରନ୍ତି । ସକାଳ ଖାଇବାରେ ଏକ ଗ୍ଲାସ କ୍ଷୀର ଓ ପରଟା ଖାଆନ୍ତି । ଲଞ୍ଚରେ ରୁଟି ତରକାରୀ, ଚିକେନ୍, ଦହି ଓ ଡାଲି ଖାଆନ୍ତି । ଡିନରରେ ବହୁତ ହାଲୁକା ଖାଦ୍ୟ ସୁପ୍ ଓ ସବୁଜ ପରିବାର ସାଲାଦ ଖାଆନ୍ତି ।

ଅକ୍ଷୟ କିଛି ଦିନ ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ । ଏଥିରେ ସେ ଫିଟନେସ୍ ସମ୍ପର୍କୀତ କେତେକ ଟିପ୍ସ ଦେଇଥିଲେ । ଯେ କୌଣସି ବ୍ୟକ୍ତି ସେହି ଟିପ୍ସ ପାଳନ କରିବେ, ତେବେ ରକ୍ତଚାପ ଓ ମଧୁମେହ ପରି ରୋଗରୁ ରକ୍ଷା ପାଇପାରିବେ । ପ୍ରତିଦିନ ଅଧଘଣ୍ଟା ୱାର୍କ, ଜିମ୍, ଯୋଗ କିମ୍ବା ନୃତ୍ୟ କରନ୍ତୁ । ଲିପ୍ଟ ବଦଳରେ ସିଡ଼ି ବ୍ୟବହାର କରନ୍ତୁ । ମିଠା ଓ ଲୁଣ କମ୍ କରନ୍ତୁ । ଯଦି କମ୍ କରିପାରୁନାହାନ୍ତି, ତେବେ ଅଧା କରନ୍ତୁ । ଶୁଖିଲା ଲଙ୍କା ଓ ମସଲାପୂର୍ଣ୍ଣ ଜିନିଷ ଖାଆନ୍ତୁ ନାହିଁ । ଡାଏଟରେ ସବୁଜ ପନିପରିବା ଓ ସାଲାଦ ପ୍ରଚୁର ପରିମାଣରେ ଖାଆନ୍ତୁ । ଯଦି ଆପଣଙ୍କ ବୟସ ୩୦ରୁ ଅଧିକ, ତେବେ ବର୍ଷକୁ ଥରେ ରକ୍ତଚାପ ପରୀକ୍ଷଣ ନିଶ୍ଚୟ କରାନ୍ତୁ ।

 

Tag : fitness formula of bollywood super star khiladi akshay kumar

Loading...
Facebook Messenger for Wordpress