advertisement

ଦେଶରେ ବେରୋଜଗାରୀ ଏକ ସମସ୍ୟା ହୋଇ ଚାହିଁଛି ବୋଲି କହିଛନ୍ତି ମନମୋହନ

ନୂଆଦିଲ୍ଲୀ: କଂଗ୍ରେସ ର ନୂଆଦିଲ୍ଲୀ ରେ ଚାଲିଛି ବିଶାଳ ମାନସ ମନ୍ଥନ ସମାବେଶ। ଏଥିରେ ସମସ୍ତ ଦେଶର ପୁରୁଖା ନେତା ଯୋଗ ଦେଇଛନ୍ତି। ଦୁଇ ଦିନ ଧରି ଏହି ସମାବେଶ ଚାଲିଛି। ଏଥିରେ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂ ବିଜେପି ବିରୁଦ୍ଧରେ ବର୍ଷିଛନ୍ତି। ବିଜେପିର ନିର୍ବାଚନ ପ୍ରତିଶୁତି ସବୁ ପାଣିରେ ଗାର ଟାଣିବା ସଦୃଶ ହୋଇଛି ବୋଲି କହିଛନ୍ତି।

ରବିବାର ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍‌ ଷ୍ଟାଡ଼ିୟମ୍‌ରେ କଂଗ୍ରେସର ୮୪ତମ ପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ମନମୋହନ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ବେକାର ସମସ୍ୟା ବୃଦ୍ଧି କରିଛନ୍ତି। ମୋଦି ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଇତିମଧ୍ୟରେ ୨ଲକ୍ଷ ବେକାରଙ୍କୁ ନିଯୁକ୍ତି ଦିଆଯାଇପାରିନାହିଁ। ମୋଦିଙ୍କ ପ୍ରତି ଦେଶ ବିଶ୍ୱାସ କରିଥିଲେ ମଧ୍ୟ ସେ କିଛି ଅକୀ ଦୃଶିଆ କାର୍ଯ୍ୟ କରିନାହାନ୍ତି। କଂଗ୍ରେସ ଦଳ ଏକ ବିଭାଜିତ ଦେଶକୁ ଏକତ୍ରିତ କରିଥିବାବେଳେ ମୋଦି ସରକାର ଏହାର ଓଲଟା କାମ କରୁଛନ୍ତି। ମୋଦି ସରକାର କାମ ପରିବର୍ତ୍ତେ କେବଳ ଫାଙ୍କା ଶବ୍ଦ ହିଁ କରୁଛନ୍ତି। ଏହାର ଜବାବ ଦେଶର ଜନସାଧାରଣ ଠିକଣା ସମୟରେ ଦେବେ ବୋଲି ମନମୋହନ କହିଛନ୍ତି।

Loading...
Facebook Messenger for Wordpress