୪ର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ

ଭୁବନେଶ୍ୱର, ୮/୭ : ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିଏ ହେବେ ସଭାପତି ଏନେଇ ଅନେକ ଆଲୋଚନା ଜାରି ରହିଥିଲା ରାଜନୈତିକ ମହଲରେ। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। ପୁଣିଥରେ ଅର୍ଥାତ ୪ର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ।
ସର୍ବସହମତିରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମନମୋହନ। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା ହୋଇଛି। ବିଧିବଦ୍ଧ ଭାବେ ମନମୋହନଙ୍କ ନାଁ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ।
ସେ ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ମନମୋହନ।