ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ

କଟକ,୨୯/୬ : ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ । ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଛି ।

ଶରଧାବାଲିରେ ଆଜି ଭୋର ୪ଟାରେ ଘଟିଥିବା ଅଘଟଣ ପରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଦ୍ୱାରା ଏକ ସକ୍ରିୟ ପଦକ୍ଷେପ ନିଆଯାଇଛି । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଦାୟିତ୍ୱ ଦେବା ଦ୍ୱାରା ରଥଯାତ୍ରା ସମୟରେ ସୁରକ୍ଷା ଓ ପରିଚାଳନାକୁ ବଳବତ୍ତର କରିବା ଉଦ୍ଦେଶ୍ୟ ରହିଛି ।