advertisement

ରାଜ୍ୟ ସରକାର କରିବେ ରାଜ୍ୟର ପ୍ରମୁଖ ହୋର୍ଡିଂ ଗୁଡିକୁ ବୁକିଂ

ଭୁବନେଶ୍ୱର : ସାଧାରଣ ନିର୍ବ।ଚନ ନିକଟତର ହୋଇ ଆସୁଥିବାବେଳେ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସରକାରୀ ଯୋଜନା ପ୍ରଚାର ପାଇ ଜିଲ୍ଲାର ପ୍ରମୁଖ ସ୍ଥାନରେ ହୋର୍ଡିଂ ଲଗାଯିବ । ଏ ନେଇ ଜିଲ୍ଲାପାଳମାନଙ୍କୁ ହୋର୍ଡି ମାରିବା ସ୍ଥାନ ନିରୂପଣ କରିବାକୁ କୁହାଯାଇଛି । ଯାହାକୁ ନେଇ ବିରୋଧି ଦଳ ଗୁଡ଼ିକ ବିଜେଡିକୁ ସମାଲୋଚନା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପ୍ରଚାର ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେଥିପାଇଁ ହୋର୍ଡିଂ ଆଗୁଆ ବୁକ କରି ରଖିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହୋର୍ଡିଂ ସ୍ଥାନ ଦୀର୍ଘକାଳୀନ ଭାବେ ନିଆଯିବ । ସେଥିରେ ସରକାରଙ୍କ ଯୋଜନା ଲୋକଙ୍କ ଅବଗତି ନିମନ୍ତେ ପ୍ରଦର୍ଶୀତ କରାଯିବ । ନିର୍ବାଚନରେ ପାଖେଇ ଆସୁଥିବା ବେଳେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧି ସମାଲୋଚନା କରିଛନ୍ତି ।

କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିକାଶ ପ୍ରଚାର ପାଇଁ ପ୍ରମୁଖ ହୋର୍ଡିଂ ସ୍ଥାନ ଦୀର୍ଘକାଳୀନ ଭାବେ ବିଜେଡି ଅକ୍ତିଆର କରିନେବ । ଫଳରେ ଅନ୍ୟଦଳ ପାଇଁ ସମସ୍ୟା ସୃଷ୍ଟି କରିବ । ସେହିପରି ବିଜେପି ମଧ୍ୟ ସମାଲୋଚନା କରିଛି । ନିର୍ବାଚନକୁ ଆଖ ଆଗରେ ରଖି ସରକାର ଏହି ନିଷ୍ପତି ନେଇଥିବା ବିଜେପି ରାଜ୍ୟ ମୁଖପାତ୍ର ଗୋଲଖ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ବିଜେଡି ଏହାକୁ ଖଣ୍ଡନ କରିବା ସହ ବିକାଶ ବାର୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ ଏଭଳି କରାଯାଇଛି ବୋଲି ଦଳର ମୁଖପାତ୍ର ସସ୍ମୀତ ଦାଶ କହିଛନ୍ତି।

Loading...
Facebook Messenger for Wordpress