ବେଦାନ୍ତ ପାଇଁ ଅଣ ନିଶ୍ୱାସୀ ଭୁର୍କାମୁଣ୍ଡା ଗ୍ରାମବାସୀ, ବିସ୍ଥାପିତ କରିବା ପାଇଁ ଧାରଣା

ବେଦାନ୍ତ ପାଇଁ ଅଣ ନିଶ୍ୱାସୀ ଭୁର୍କାମୁଣ୍ଡା ଗ୍ରାମବାସୀ, ବିସ୍ଥାପିତ କରିବା ପାଇଁ ଧାରଣା

ଝାରସୁଗୁଡା ୧୦/୧, (ଆଶିଷ ରଞ୍ଜନ ଦାଶ) : ଝାରସୁଗୁଡାରେ ଅବସ୍ଥିତ ଥିବା ବେଦାନ୍ତ ଇସ୍ପାତ କମ୍ପାନୀ ଆଗରେ ଆଜି ଭୁର୍କାମୁଣ୍ଡା ଗ୍ରାମବାସୀ ସେମାନଙ୍କୁ ବିସ୍ଥାପନ କରିବା ପାଇଁ ଧାରଣା ଦେଇଛନ୍ତି । ଭୁର୍କାମୁଣ୍ଡା ଗ୍ରାମକୁ ବେଦାନ୍ତ କମ୍ପାନୀ ୧୯୯୬/୯୭ ମସିହାରେ ଅଧିଗ୍ରହଣ କରି ତାର କମ୍ପାନୀ ସ୍ଥାପନ କରିଥିଲା । ଭୁର୍କାମୁଣ୍ଡା ଗ୍ରାମର ସମସ୍ତ କିସମର ଜମିକୁ ଶାଗ, ମାଛ ଦରରେ କିଣି କମ୍ପାନୀ ତାର ଅଧୀନରେ କରି ସାରିଛି । ବର୍ତ୍ତମାନ ଗ୍ରାମର କୌଣସି ପରିବାର ପାଖରେ ଜମି ନାହିଁ କେବଳ ଘର ଖଣ୍ଡିଏ ସାଙ୍ଗକୁ କିଛି ଘରଡିହ ରହିଛି । ଯେତେବେଳେ କମ୍ପାନୀ ଜମି ଅଧିଗ୍ରହଣ କଲା ସେତେବେଳେ ଲୋକଙ୍କୁ ଚାକିରୀ ଦେବା ପାଇଁ ପ୍ରତଶ୍ରୁତି ଦେଇଥିଲା, କିନ୍ତୁ କମ୍ପାନୀ ହୋଇ ସାରିଲା ପରେ ଭୁର୍କାମୁଣ୍ଡା ଗ୍ରାମବାସୀଙ୍କୁ କମ୍ପାନୀ ଠକି ଦେଇଥିଲା । 

ଜମି ନ ଥିବା ଯୋଗୁଁ ଗ୍ରାମବାସୀ ପରିବାର ପ୍ରତିପୋଷଣ କରିବାରେ ବହୁତ କଷ୍ଟ ଓ ଦୁଃଖରେ ଜୀବନ ଯାପନ କରୁଛନ୍ତି । ଭୁର୍କାମୁଣ୍ଡା ଗ୍ରାମକୁ ବିସ୍ଥାପନ କରିବାର ସ୍ବପ୍ନ ଦେଖାଇ ତାରିଖ ପରେ ତାରିଖ ଦେଇ ଚାଲିଛି ବେଦାନ୍ତ କମ୍ପାନୀ । ଯେତେ କାକୁତି ମିନତୀ ସହ ନିବେଦନ କଲେ ମଧ୍ୟ ଜିଲ୍ଲା, ରାଜ୍ୟ ପ୍ରଶାସନ ଶୁଣୁ ନାହାନ୍ତି । କମ୍ପାନୀ ପ୍ରତି ପ୍ରଶାସନର ଏତେ ଅନୁକମ୍ପା ଝାରସୁଗୁଡାବାସୀ ବୁଝି ପାରୁ ନାହାନ୍ତି । ଭୁର୍କାମୁଣ୍ଡା ଗ୍ରାମର ମାତ୍ର ୨୦ମିଟର ଦୂରରେ ଅବସ୍ଥିତ ବେଦାନ୍ତ ଇସ୍ପାତ କମ୍ପାନୀ । କମ୍ପାନୀର ପ୍ରଦୂଷଣତାରେ ଗ୍ରାମର ଲୋକମାନେ ବିଭିନ୍ନ ରୋଗରେ ପଡି ମୃତ୍ୟୁବରଣ କରି ସାରିଲେଣି । ଗାଁରେ ଥିବା ପୋଖରୀ, ନାଳମାନଙ୍କର ପାଣି ବେଦାନ୍ତର ପାଉଁଶରେ କଳା ରଙ୍ଗ ଧାରଣ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଯାଇଛି, ଯାହା କି ବ୍ୟବହାର ଯୋଗ୍ୟ ନୁହେଁ । 

ଗାଁରେ ଯେଉଁ ଗୋଟିଏ ସ୍କୁଲ ଅଛି, କମ୍ପାନୀର ଡେସିବିଲର ଶବ୍ଦ ପ୍ରଦୂଷଣରେ ଶିକ୍ଷକଙ୍କ ପାଠପଢ଼ା, ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ପହଂଚି ପାରୁନାହିଁ । କମ୍ପାନୀ ବୋଧ ହୁଏ ଚାହୁଁଛି ଯେ ଆମର ଗାଁରୁ ମୁର୍ଖ, ଅଶିକ୍ଷିତ ଯୁବକଯୁବତୀ କମ୍ପାନୀର ଶ୍ରମିକ ଭାବରେ କାମ କରିବେ ? ମୋବାଇଲ ସ୍ୱାସ୍ଥ୍ୟ ସେବା ନାରେ ପ୍ରହସନ କରି, ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ମଧ୍ୟ ମିଳୁନାହିଁ । ଗାଁର ଗଛମାନଙ୍କରେ ପତ୍ର, ଫୁଲ, ତଥା ଗୁଳ୍ମ ଜାତୀୟ ଉଦ୍ଭିଦ ଅପରିପକ୍ୱ ଅବସ୍ଥାରେ ରହିଯାଉଛି । ପୂର୍ବରୁ ଗ୍ରାମରେ ଥିବା ଦେବଦେବୀଙ୍କ ପୂଜା ଅର୍ଚନା ମହା ସମାରୋହରେ ପାଳନ ହେଉଥିବାବେଳେ ଆଜି କମ୍ପାନୀ ଦେବଦେବୀଙ୍କ ପୀଠକୁ ତାର ପରିସରରେ ରଖି ଗ୍ରାମବାସୀଙ୍କର ସେହି ଧାର୍ମିକ ଅଧିକାର ମଧ୍ୟ ଛଡାଇ ନେଇଯାଇଛି । ପାଠ ପଢିଥିଲେ ମଧ୍ୟ ଗ୍ରାମର ଅଧିକାଂଶ ଯୁବକ ବେକାର ହେବା ସ୍ଥଳେ ବାହାର ରାଜ୍ୟର ଅଳ୍ପ ପାଠ ପଢିଥିବା ଯୁବକ ବେଦାନ୍ତ କମ୍ପାନୀରେ ।