advertisement

ବାସନ୍ଦ କରିଥିବା ଯୋଗୁଁ ଗାଁ ଲୋକେ ଶବ କୁ ବି ଦେଲେନି ଚାରି କାନ୍ଧ

ବୌଦ୍ଧ: ବୌଦ୍ଧ ଜିଲ୍ଲାର କୃଷ୍ଣପାଲି ଗାଁରେ ଦେଖିବାକୁ ମିଳିଛି ସାମାଜିକ ବାସନ୍ଦର ଆଉ ଏକ ନଗ୍ନ ନମୁନା । ଶାଳୀର ମୃତ ଦେହକୁ ନେବା ପାଇଁ ଭିଣୋଇ ହୋଇଛନ୍ତି ହଟହଟା । ଶେଷରେ ନିଜ ସାଇକେଲରେ ଲଦି ଚତୁର୍ଭୁଜ ବାଙ୍କ ନାମକ ଜଣେ ବ୍ୟକ୍ତି ତାଙ୍କର ଶାଳୀଙ୍କୁ ଶ୍ମଶାନକୁ ନେଇଥିବା ଦେଖିବାକୁ ମିଳିଛି । ଏପଟେ ସାମାଜିକ ବାସନ୍ଦ ହେତୁ କେହି ତାଙ୍କୁ ସହଯୋଗ ନ କରିବାରୁ ଶେଷରେ ଶବ ସକ୍ରାର ନ କରିପାରି ପୋତି ଦେଇଥିବା ଜଣାପଡିଛି । ଶ୍ୱଶୁର ଘରେ କେହି ନ ଥିବାରୁ ଦୀର୍ଘଦୀନ ହେବ ସେ ତାଙ୍କ ସ୍ତ୍ରୀ ଓ ଶାଳୀଙ୍କୁ ନେଇ ଏକାଠି ରହୁଥିଲେ । ମଙ୍ଗଳବାର ରାତିରେ ଉଭୟ ଶାଳୀ ଓ ସ୍ତ୍ରୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଶାଳୀଙ୍କର ବୁଧବାର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଏବେବି ଚିକିତ୍ସିତ ହେଉଛନ୍ତି ।

Loading...
Facebook Messenger for Wordpress