advertisement

ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ ସୋନାଲି

ଲଣ୍ଡନ: ସୋନାଲି ବେନ୍ଦ୍ରେ ନିଜ ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ । ବଲିଉଡର ଏହି ନାୟିକା ଏବେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପ୍ରିୟପରିଜନ ତଥା ପ୍ରଶଂସକମାନେ ସେ ଖୁବ୍ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ଇତି ମଧ୍ୟରେ ସେ ତାଙ୍କ ୧୨ ବର୍ଷର ପୁଅ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିବା ପରେ ସେ ପ୍ରଥମେ ଏକଥା ତାଙ୍କ ପୁଅକୁ କେମିତି କହିବେ ବୋଲି ଚିନ୍ତାରେ ପଡିଯାଇଥିଲେ । କୌଣସି କଥା ସେ ପୁଅକୁ ଲୁଚାଇ ନ ଥିବା ବା ମିଛ କହି ନ ଥିବା ବେଳେ ଏକଥା ମଧ୍ୟ ସତ କହିଥିଲେ । ଏହାପରେ ତାଙ୍କ ପୁଅ ଏହାକୁ ସକରାତ୍ମକ ଢଙ୍ଗରେ ନେବା ସହ କ୍ୟାନସର ସହ ଲଢିବାକୁ ତାଙ୍କୁ ସାହସ ଦେଇଥିବା ସେ ଉକ୍ତ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Tags: Sonali Bendre, Cancer

Loading...
Facebook Messenger for Wordpress