advertisement

ପାରାଦ୍ୱୀପରେ ତାଇୱାନ କମ୍ପାନୀ କରିବ ୪୩ ହଜାର କୋଟି ଟଙ୍କା ନିବେଶ

ଭୁବନେଶ୍ୱର: ଓଡିଶାରେ ପୁଞ୍ଜିନିବେଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ତାଇୱାନ କମ୍ପାନୀ ପାରଦୀପଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୪୩ ହଜାର କୋଟି ଟଙ୍କା ନିବେଶ କରିବ । ଗୁରୁବାର କମ୍ପାନୀ କର୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି ।
ତାଇୱାନର ସିପିସି କର୍ପୋରେସନର ସଭାପତି ସୁନ୍ ଚିନ ଲିଙ୍କ ନେତୃତ୍ୟରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କାରଖାନା ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ । ପାରଦୀପଠାରେ ୪୩ ହଜାର କୋଟି ଟଙ୍କା ନିବେଶରେ ଏକ ପେଟ୍ରୋଲିୟମ କ୍ରାକର ୟୁନିଟ ପ୍ରତିଷ୍ଠା କରିବାକୁ ଶ୍ରୀ ଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରଦୀପରେ ପେଟ୍ରୋଲିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି । ପୁଞ୍ଜିନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡିଶା ଦେଶର ସର୍ବଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଛି । ଆଗାମୀ ଦିନରେ ଓଡିଶା ଓ ତାଇୱାନ ମଧ୍ୟରେ ଉତମ ସଂପର୍କ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।

Loading...
Facebook Messenger for Wordpress