ଜୀ ସାର୍ଥକରେ ନୂଆ ଫିଲ୍ମ ‘ସୁନାନାକୀ ବୋହୁ’, ଏପ୍ରିଲ ୨୭ତାରିଖ ସନ୍ଧ୍ୟା ୬.୩୦ରେ ହେବ ପ୍ରସାରଣ

ଜୀ ସାର୍ଥକରେ ନୂଆ ଫିଲ୍ମ ‘ସୁନାନାକୀ ବୋହୁ’, ଏପ୍ରିଲ ୨୭ତାରିଖ ସନ୍ଧ୍ୟା ୬.୩୦ରେ ହେବ ପ୍ରସାରଣ

ଭୁବନେଶ୍ବର, ୨୩/୪ : ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ଆଗକୁ ଏମିତି ଏକ ମୌଳିକ ବିଷୟବସ୍ତୁ ସହ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚିତ୍ର ‘ସୁନାନାକୀ ବୋହୁ’ । ଯାହାର ପ୍ରଯୋଜକ ଉମେଶ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ, କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା । ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ,ଉମାକାନ୍ତ ନାୟକ,ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା,ଅର୍ପିତା ଚୈଧୁରୀ,ଚିରାଗଦିପ୍ ପଣ୍ଡା। ଏହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି । 

ଚଳଚ୍ଚିତ୍ରର କାହାଣୀ ଆରମ୍ଭ ହୋଇଛି ଦୁଇଟି ଗାଁ ମଧୁପୁର ଓ ଯଦୁପୁରରୁ । ଦୁଇ ଗାଁ ମଧ୍ୟରେ ଏକ ପୁରୁଣା ବିବାଦ ଲାଗିରହିଛି ଯେ ପ୍ରତୈକ ପଣା ସଂକ୍ରାନ୍ତିରେ ନିଜର ପବିତ୍ର ଦେବତାଙ୍କୁ ଆତିଥ୍ୟ ଦେବାପାଇଁ ଉଭୟ ଗାଁ ମଧ୍ୟରେ ଲାଗେ ପ୍ରତିଯୋଗିତାର ସଂଘର୍ଷ ଓ ୪ ବର୍ଷ ହେବ ଯଦୁପୁର ଗାଁର ଜଣେ ଏହି ପ୍ରତିଯୋଗିତାକୁ ଏକତରଫା ଜିତି ଆସୁଛି , କିନ୍ତୁ ଚଳିତ ବର୍ଷ ମଧୁପୁର ଗାଁର ଜଣେ ସାହାସୀ ମହିଳା ରଘୁର ଏହି ବିଜୟ ରଥକୁ ରୋକି ଏହି ଚକ୍ରକୁ ଭାଙ୍ଗିବାରେ ଦୃଢ଼ ପ୍ରତିଜ୍ଞାବଦ୍ଧ । ପ୍ରତିଯୋଗିତା ପାଇଁ ଉତ୍ତେଜନା ଖୁବ ବୃଦ୍ଧି ପାଇବା ସମୟରେ ପୁରା ମଧୁପୁର ଚିନ୍ତାରେ । କିନ୍ତୁ ଭାଗ୍ୟର ଅଜବ ସଂଯୋଗ ଏକ ମିଥ୍ୟା ଅପବାଦକୁ ରୋକିବାପାଇଁ ଦୁଇ ପ୍ରତିଯୋଗୀଙ୍କ ସମ୍ପର୍କରେ ଆସେ ପରିବର୍ତ୍ତନ ।

ତେବେ କ'ଣ ଏହି ପରିବର୍ତନ ? ଦୀର୍ଘ ଦିନର ଶତ୍ରୁତାକୁ କଣ ଠିକ କରାଯାଇପାରିବ ଯାହା ସିନେମା ଦେଖିଲେ ହିଁ ଜଣାପଡିବ । ଏମିତି ଏକ ପ୍ରେମ , ତ୍ୟାଗ , ପରମ୍ପରା ଓ ସାହସିକାତାର କାହାଣୀ ‘ସୁନାନାକୀ ବୋହୁ’ ଯାହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସାପଲିନ୍, ନିକିତା ମିଶ୍ର,ପୃଥ୍ୱୀରାଜ ନାୟକ ଓ ପୁଷ୍ପା ପଣ୍ଡା । ତେବେ ଏହି ଚଳଚିତ୍ରର ଯାତ୍ରା ସହିତ ନିଜକୁ ସାମିଲ କରିବାକୁୟ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ।